ନିର୍ମାଣ ହେଲା ଦୁନିଆର ସବୁଠାରୁ ବଡ ଏସୟୁଭି

0

ନୂଆଦିଲ୍ଲୀ : ଦୁବାଇର ଶେଖ ହମଦ ବିନ ହମଦାନ ୨୪ଟନ ଓଜନ ବିଶିଷ୍ଟ ଏକ ଏସୟୁଭି ନିର୍ମାଣ କରିଛନ୍ତି। ୧୦ଟି ଚକ ବିଶିଷ୍ଟ ଏହି ଏସୟୁଭି ଦୁନିଆର ସବୁଠାରୁ ବଡ ଏସୟୁଭି ବୋଲି ଜଣାପଡିଛି। ଏହି ଏସୟୁଭିରେ ଜିପ ରେଙ୍ଗଲର-ଡର୍ଜ ହାର୍ଟ ଓ ଓସକେସ ଏମ୍‍ ୧୦୭୫ ସେନା ଟକ୍ରର ଅଂଶ ବ୍ୟବହାର କରାଯାଇଛି। ଶେଖ ହମଦ୍‍ ଏହାର ଫଟୋ ଓ ଭିଡିଓ ନିଜ ଇନଷ୍ଟାଗାମରେ ସେୟାର କରିଛନ୍ତି।
ଶେଖ ହମଦ୍‍ଙ୍କ କହିବା ଅନୁସାରେ ଏସୟୁଭିର ନାମ ଦାବୁୟନ ରଖାଯାଇଛି। ଏହାର ଲମ୍ବ ୧୦.୮ ମିଟର ଓ ଚଉଡା ୩.୨ ମିଟର ରହିଛି। ଏହି ଏସୟୁଭିରେ ୬ସିଲିଣ୍ଡର ବିଶିଷ୍ଟ ଇନଲାଇନ ୱାଟର କୁଲ୍ଡ ଇଞ୍ଜିନର ବ୍ୟବହାର କରାଯାଇଛି। ଏହି ଇଞ୍ଜିନ ୬୦୦ ଏଚପି କ୍ଷମତା ରହିଛି। ଜିପ ରେଙ୍ଗଲର କିଛି ଅଂଶ ଡ୍ରାଇଭର କେବିନ ରୂପରେ ନିର୍ମାଣ କରାଯାଇଛି। ଏହି ଏସୟୁଭିର ପଦର୍ଶନ ଶାରଜାହରେ ଥିବା ଅଲ ମଦମ ସଂଗ୍ରାହାଳୟରେ କରାଯାଇଛି। ଏହି ଏସୟୁଭିର ମୂଲ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ସିଲଭର ରୂପରେ ଦେଖାଯାଉଥିବା ଏହି ଏସୟୁଭିକୁ ରୟାଲ ଟଚ୍‍ ଦିଆଯାଇଛି।

Leave A Reply