www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ୮ଦିନ ପରେ ଖୋଲିଲା ତାଲା

ଧାମରା : ପଞ୍ଚୁଟିକ୍ରି ସେବା ସମବାୟ ସମିତିରେ ଦୀର୍ଘ ୮ ଦିନ ହେବ ତାଲା ପଡିଥିଲା। ସମାଜରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀ ଚାଷୀଙ୍କୁ ଅନୁରୋଧ କରି ଏହି ତାଲା ଖୋଲିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ପଞ୍ଜିକୃତ ଚାଷୀ ମାନେ ଏହି ସମିତିରେ ଧାନ ଦେବା ପରେ ମଧ୍ୟ ସେମାନଙ୍କ ଧାନକୁ ନେବାପାଇଁ ନିଷ୍ପତି ହୋଇଥିବା ମିଲର ମାନେ ନେଉ ନଥିଲେ। ଏହା ଫଳରେ ଅନ୍ୟ ଚାଷୀ ମାନେ ନିଜର ଧାନ ସମିତିକୁ ବିକ୍ରି କରି ପାରୁ ନଥିଲେ। ଏହି ସମସ୍ତ କଥା ବିଭାଗୀୟ ଅଧିକାରୀ୍‍ଙ୍କୁ ଅବଗତ କରାଇବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ସମାଧାନ କରିବା ପରିବର୍ତ୍ତେ ଚୁପ ରହୁଥିବା କଥା ଅଭିଯୋଗ ହୋଇଥିଲା। ଏହାର ଫଳସ୍ୱରୂପ ଚାଷୀ ମାନେ ଏହି ସମବାୟ ସମିତିରେ ଗତ ୨୦ତାରିଖ ଦିନ ତାଲା ପକାଇ ଦେଇଥିଲେ। ସମାଜରେ ଖବର ପ୍ରକାଶିତ ହେବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶରେ ସିଏସଓ, ଏଆରସିସଏସ ଏବଂ ବାଲେଶ୍ୱର-ଭଦ୍ରକ କୋଅପରେଟିଭ ବ୍ୟାଙ୍କ କର୍ତ୍ତୁପକ୍ଷ ଚାଷୀ ମାନଙ୍କୁ ବୁଝାସୁଝା କରିବା ସହ ଆଗାମୀ ଦିନରେ ଧାନ ମଣ୍ଡିରେ ଗଛିତ ଥିବା ସମସ୍ତ ଧାନ ମିଲର ନେବେ ବୋଲି ପ୍ରତିଶ୍ରୁତି ଦେବା ସହ ଏହି ଗଛିତ ଧାନ ଉଠାଯାଇ ସାରିବା ପରେ ପୁନଶ୍ଚ ସମବାୟ ସମିତିକୁ ଲକ୍ଷ୍ୟ ଧାର୍ଯ୍ୟ ଦିଆଯିବ ବୋଲି ମଧ୍ୟ କହିଥିଲେ। ଫଳରେ ଚାଷୀ ମାନେ ଏହି ସମବାୟ ସମିତିରୁ ତାଲା ଖୋଲିଥିଲେ। ଗତକାଲି ଏହି ସମିତିରେ ତାଲା ଖୋଲା ହେବା ପରେ ନିର୍ଦ୍ଧାରିତ ମିଲର ୩ଶହ କୁଇଣ୍ଟାଲ ଧାନ ଲୋଡ କରି ମିଲକୁ ନେଇଥିବା ସମିତିର ସମ୍ପାଦକ ରବି ପାଢୀ ମତ ରଖିଛନ୍ତି। ଆଗାମୀ ସପ୍ତାହରେ ଗଛିତ ଥିବା ୧ହଜାର କୁଇଣ୍ଟାଲ ଧାନ ସଂପୃକ୍ତ ମିଲର ଉଠାଇ ନେବେ ବୋଲି ମଧ୍ୟ ମିଲର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମଧ୍ୟ ମତ ରଖିଥିଲେ। ମାତ୍ର ଚାଷୀ ମାନେ ଏହି ସମିତିରେ ୮ ଦିନ ତାଲା ପକାଇବା ପରେ ମଧ୍ୟ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇ ପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories