www.samajalive.in
Monday, December 15, 2025
24.1 C
Bhubaneswar

ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍ ଟି-୨୦ ଫାଇନାଲରେ ପ୍ରଥମ ବ୍ୟାଟିଂ କରିବ ପାକିସ୍ତାନ। ଭାରତ ଟସ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଏହି ହାଇଭୋଲଟେଜ ମ୍ୟାଚ ଦୁଇ ଦେଶ ପାଇଁ ଗୁରୁତପୂର୍ଣ୍ଣ ଥିବାବେଳେ କିଏ ଜିତିବ ତାହାକୁ ନେଇ ସବୁଠି ଉତ୍କଣ୍ଠା ଦେଖିବାକୁ ମିଳିଛି।

ପୂରା ସିରିଜରେ ଭାରତ ଅପରାଜେୟ ରହିଛି। ପୂର୍ବ ୨ଟି ମ୍ୟାଚରେ ପାକିସ୍ତାନକୁ ସହଜରେ ପରାସ୍ତ କରିଥିବା ଭାରତୀୟ ଦଳର ମନୋଭାବ ଦୃଢ଼ ରହିଛି। ସେପଟେ ପାକିସ୍ତାନ ୨ଟି ମ୍ୟାଚ ହାରି ଚାପରେ ରହିଛି। ଫାଇନାଲ ମ୍ୟାଚ ହୋଇଥିବାରୁ ଏହା ଦୁଇ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories