ସମାଜ ଡିଜିଟାଲ ଡେସ୍କ: ଏସିଆ କପ୍ ଟି-୨୦ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆରେ ସାମିଲ ହୋଇନାହାନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଆହତ ଜନିତ ସମସ୍ୟା କାରଣରୁ ତାଙ୍କୁ ଏହି ମ୍ୟାଚରେ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକଙ୍କ ସ୍ଥାନରେ ରିଙ୍କୁ ସିଂହ ଦଳରେ ସାମିଲ ହୋଇଛନ୍ତି।
ତେବେ ହାର୍ଦ୍ଦିକ ଫାଇନାଲ ମ୍ୟାଚରେ ନ ଖେଳିବା ଦଳ ପାଇଁ କିଛିଟା ସମସ୍ୟା କରିପାରେ। କାରଣ ପାକିସ୍ତାନ ବିପକ୍ଷରେ ହାର୍ଦ୍ଦିକ ସବୁବେଳେ ଭଲ ପ୍ରଦର୍ଶନ କରିଆସିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ଏକାଧିକ ମ୍ୟାଚ ବିଜୟୀ ଇନିଂସ ଖେଳିଛନ୍ତି। ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ହାର୍ଦ୍ଦିକ ଭଲ ପ୍ରଦର୍ଶନ କରିଛନ୍ତି। ୨୧ ତାରିଖ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଗୋଟିଏ ଉଇକେଟ ନେଇଥିବାବେଳେ ୭ ରନ କରି ଅପରାଜିତ ରହିଥିଲେ। ଏହା ପୂର୍ବ ମ୍ୟାଚରେ ବି ସେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।



