www.samajalive.in
Thursday, December 11, 2025
27.1 C
Bhubaneswar

ଶିକ୍ଷା ବିଭାଗରେ ବଦଳିକୁ ନେଇ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପରେ ଏବେ ଶିକ୍ଷା ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀ ପାଳି । ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନେ । ୩ ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯିବ । ଏନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

- Advertisement -

ଚଳିତ ବର୍ଷ ୫୦ ପ୍ରତିଶତ ଅଧିକାରୀ, କର୍ମଚାରୀ ବଦଳି ହେବେ । ଆସନ୍ତାବର୍ଷକୁ ବାକି ରହିଯାଇଥିବା ଅଣଶିକ୍ଷକଙ୍କୁ ବଦଳି କରାଯିବ । ସେହିପରି ନିଜ ଜିଲ୍ଲା କିମ୍ବା ବ୍ଲକରେ କାର୍ଯ୍ୟ କରିପାରିବେନି କୌଣସି ଅଧିକାରୀ । କାର୍ଯକାଳକୁ ଶେଷ ଦୁଇ ବର୍ଷ ବାକିଥିବା ଅଧିକାରୀଙ୍କୁ ବଦଳି କରାଯାଇପାରିବ ନାହିଁ ଚିଠିରେ ଉଲ୍ଲେଖ ରଖିଛି ।

ବିଭାଗ ପକ୍ଷରୁ କୁହାଯାଇଛି, ଗତ ଅଗଷ୍ଟ ମାସ ୨୦ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଧିକାରୀଙ୍କ ବଦଳି ନେଇ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା । ଏଥିରେ ଥିବା ନିର୍ଦ୍ଦେଶନାମା ଅନୁଯାୟୀ ବଦଳି କରାଯିବ । ତେବେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ନେଇ ବଦଳି କରାଯିବ ବୋଲି ଜଣାପଡିଛି ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories