www.samajalive.in
Tuesday, December 9, 2025
26.1 C
Bhubaneswar

ମୋହନା ସହରରେ ଶୌଚାଳୟ ପ୍ରତିଷ୍ଠା ଦାବି

ମୋହନା:  ଗଜପତି ଜିଲ୍ଲାର ମୋହନା ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ। ଆଦିବାସୀ ଅଧ୍ୟୁଷିତ ମୋହନା ଜିଲ୍ଲାର ସବୁଠାରୁ ଚଳ ଚଞ୍ଚଳ ଏବଂ ଜନବହୁଳ ହୋଇଥିଲେ ହେଁ ଏଠାରେ ଶୌଚାଳୟ ଟିଏ ନିର୍ମାଣ ହୋଇପାରିନାହିଁ। ରାତି ପାହିଲେ ସରକାରୀ ଓ ବେସରକାରୀ କାମନେଇ ଦୁର୍ଗମ ତଥା ବିଭୀନ୍ନ ପଞ୍ଚାୟତର ଶହ ଶହ ଜନସାଧାରଣ ଏହି ସହରକୁ ବିଭିନ୍ନ କାର୍ଯ୍ୟନେଇ ପ୍ରତ୍ୟେକଦିନ ଆସିଥାନ୍ତି। ଗଜପତି ଜଲ୍ଲାର ପ୍ରମାଣ କେନ୍ଦ୍ର ମୋହନା ଦେଇ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଠାରୁ ରାୟଗଡା, ଗୁମୁଡା, ଗୁଣୁପୁରୁ, ଗୁଡାରି, କୋରାପୁଟ, ଜୟପୁର, ନବରଙ୍ଗପୁର, ସୁନାବେଢା, କଳାହାଣ୍ଡି, ବଲାଙ୍ଗିର, ଇନ୍ଦ୍ରାବତୀ, ମାଲକାନଗିରି ଓ ମୋଟୁ ଆଦି ବିଭିନ୍ନ ଜିଲ୍ଲାକୁ ପ୍ରତ୍ୟେକ ଦିନ ଅସଂଖ୍ୟ ଯାତ୍ରୀବାହୀ ବସ ଚଳାଚଳ କରୁଥିଲେ ମଧ୍ୟ ଯାତ୍ରୀଙ୍କ ସୁବିଧା ଲାଗି ଏଠାରେ ଶୌଚାଳୟ ଟିଏ ମଧ୍ୟ ପ୍ରତିଷ୍ଟା ହୋଇପାରିନାହିଁ। ବିଭିନ୍ନ ସମୟରେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘାନାହିଁ। ବିଭିନ୍ନ ବସ୍ କୁ ଅପେକ୍ଷା କରି ରହୁଥିବା ଯାତ୍ରୀମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବସକୁ ଅପେକ୍ଷା କରୁଥିବା ମହିଳା ମାନେ ଅକଥନିୟ ହଟହଟା ହେଉଥିବା ଦେଖିବାକୁ ମିଳୁଛି। ଏଣୁ ବହୁଦିନର ଦାବିକୁ ପ୍ରଶାସନ ହୃଦଙ୍ଗମ କରି ଯଥାଶୀଘ୍ର ଏଠାରେ ଶୌଚାଳୟଟିଏ ପ୍ରତିଷ୍ଟା କରିବା ପାଇଁ ଦାବି ହେଉଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories