www.samajalive.in
Saturday, December 6, 2025
16.1 C
Bhubaneswar

ପାହାଡ ଉପରେ ଦମ୍ପତ୍ତିଙ୍କୁ ହତ୍ୟା: କାରଣ ଖୋଜୁଛି ପୁଲିସ୍

ଗଜପତି: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପାହାଡ ଉପରେ ଥିବା ଏକ କୁଡିଆରେ ଦମ୍ପତ୍ତି ଶୋଇଥିବାବେଳେ ସେମାନଙ୍କୁ ବେକ କାଟି ହତ୍ୟା କରାଯାଇଛି। ମୃତକ ଟୁଙ୍ଗୁରୁ ଗାଁର ଚୈତନ୍ୟ ମଣ୍ଡଳ ଏବଂ ଇଜମାୟୀ ମଣ୍ଡଳ ବୋଲି ଜଣାପଡିଛି। ଚୈତନ୍ୟ ଚେରମୂଳି ପ୍ରସ୍ତତି କରି ଲୋକଙ୍କ ଚିକିତ୍ସା କରିଥାନ୍ତି। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୈତନ୍ୟ ଏବଂ ତାଙ୍କ ପତ୍ନୀ ଶୋଇଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଘରେ ପଶି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ତେବେ କେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି, ତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories