www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ରିଲ୍ସ ପାଇଁ ଝରଣାର ପ୍ରଖର ସ୍ରୋତରେ ଫସିଲେ ଯୁବକ..

ନୂଆଦିଲ୍ଲୀ : କିଛି ଲୋକେ ଭାଇରାଲ୍‌ ହେବା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବା ଠାରୁ ଆରମ୍ଭ କରି ଭିଡିଓ କରି ଥାଆନ୍ତି । ରିଲ୍ସ କରିବାକୁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇ ଥାଆନ୍ତି ।
ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ୨ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଝରଣା ମଝିରେ ଫସି ରହିଥିବା ନଜର ଆସୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।


ଭିଡିଓରେ ଦେଖିପାରିବେ, ୨ ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଫସି ରହିଛନ୍ତି । ନିଜ ଜୀବନ ରକ୍ଷା କରିବା ପାଇଁ ଝରଣା କଡରେ ଲାଗିଥିବା ଚେନକୁ ଧରିଛନ୍ତି । ଭିଡିଓରେ ଭଲ ଭାବେ ଦେଖିପାରିବେ ପାଣିର ସ୍ରୋତ ପ୍ରଖର ରହିଛି । ସେଠାରେ ଥିବା କିଛି ଲୋକେ ସେମାନଙ୍କୁ ରକ୍ଷା କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ଜଣେ ଯୁବକଙ୍କ ହାତ ଖସି ଯାଉଛି ଏବଂ ପାଣିର ପ୍ରଖର ସ୍ରୋତରେ ସେ କିଛି ବାଟ ଭାସି ଯାଉଛନ୍ତି । ମାତ୍ର ସୌଭାଗ୍ୟବଶତଃ ପାଣି ସ୍ରୋତରେ ଭାସି ଯୁବକ କୂଳରେ ଲାଗିଥିଲେ । ତାଙ୍କ ଜୀବନ ବଞ୍ଚି ଯାଇଛି ବୋଲି ଆଶା କରାଯାଉଛି । ଭିଡିଓଟି କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳିପାରି ନାହିଁ ।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

୧୬ ଅଗଷ୍ଟରୁ ରାହୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ: ସମସ୍ୟା ଦୂର ହୋଇ ମିଳିବ ଧନ..

- Advertisement -

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories