www.samajalive.in
Saturday, December 6, 2025
15.1 C
Bhubaneswar

ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍‌‌; ମୋହନଗିରୀକୁ ଯାତାୟତ ଠପ୍

ମ.ରାମପୁର: ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଥିବା ବେଳେ ବର୍ଷାରେ ରାସ୍ତା କାମ ଚାଲିଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ପୂର୍ତ୍ତ ବିଭାଗ ଅଧିନରେ ପାଜିବାହାଲି ଛକଠାରୁ ମୋହନଗିରୀକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଣିକେରା ନିକଟରେ ଥିବା ଏକ ପୋଲର ଆପ୍ରୋଚ ରୋଡ଼ ଧୋଇଯାଇଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ ଆରୋହୀ ନାଳ ଭିତରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ମତେ ମୋହନଗିରୀର ଆଦିତ୍ୟ ନାୟକ ନାମକ ଜଣେ ଯୁବକ କୌଣସି କାମ ନେଇ ନିଜ ବାଇକ ଯୋଗେ ମାଣିକେରା ନିକଟରେ ଥିବା ପୋଲର ଆପ୍ରୋଚ ରୋଡ଼ ଅତିକ୍ରମ କରୁଥିଲେ। ଏହି ରାସ୍ତାଟି ଧୋଇ ହୋଇଯାଇଥିବାରୁ, ପାଣିର ପ୍ରଖର ସ୍ରୋତରେ ନାଳ ଭିତରେ ନିଜ ବାଇକ ସହ ପଡ଼ିଯାଇଥିଲେ। ଏହି ଘଟଣା ପରେ ସ୍ଥାନୀୟ କିଛି ବ୍ୟକ୍ତି ସଙ୍ଗେ ସଙ୍ଗେ ନାଳ ଭିତରକୁ ଯାଇ ବାଇକ ଓ ଯୁବକଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ। ଅଂଚଳବାସୀ ରାସ୍ତା କାମକୁ ନେଇ ପୂର୍ବରୁ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ବର୍ଷା ଆରମ୍ଭ ହେବା ବେଳକୁ ଏହି ରାସ୍ତା ତିଆରି ଏବଂ ପୋଲ ଗୁଡ଼ିକ ଭାଙ୍ଗି ଦିଆଯାଇ ଅତି ନିମ୍ନମାନର ଆପ୍ରୋଚ ରୋଡ଼ ତିଆରି କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।
ତୁରନ୍ତ ଏହି ରାସ୍ତାରେ ତିଆରି ହୋଇଥିବା ଆପ୍ରୋଚ ରୋଡ଼ ଗୁଡ଼ିକୁ ଠିକ୍ ଭାବରେ କାମ କରିବା ସହିତ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଚକ୍ରଧର ବେହେରାଙ୍କୁ ପଚାରିବାରୁ ଠିକାଦାର ଆମ କଥା ଶୁଣୁନଥିବା କହି ଅସହାୟତା ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories