କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ କୁସୁମିତା ଗାଁରେ ହାତୀପଲଙ୍କ ଦୌରାତ୍ମ୍ୟ । ଗାଁରେ ଗତ କିଛି ଦିନ ହେବ ୨୭ ଟିକିଆ ହାତୀପଲ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ହାତୀ ପଲ ଗାଁରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ଦେଇଛନ୍ତି। ଘର କାନ୍ଥ ପଡି ଆଇ , ନାତୁଣୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ବିଭିନ୍ନ ସମୟରେ ହାତୀ ପଲ ଗାଁରେ ଉତ୍ପାତ ମଚାଉଥିବାବେଳେ ବନ ବିଭାଗ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Popular Categories



