www.samajalive.in
Monday, December 15, 2025
15.1 C
Bhubaneswar

ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହେଲେ ନରେଶ

ପାରଳାଖେମୁଣ୍ଡି : ମସ୍ତିଷ୍କାଘାତରେ ମାତ୍ର ୩୧ବର୍ଷ ବୟସରେ ଦୁନିଆ ଛାଡ଼ି ଚାଲିଗଲେ ପାରଳାଖେମୁଣ୍ଡି ତେଲିଗୌଡ ସାହିର ନରେଶ ପଟନାୟକ। ବାପାଙ୍କ ମୃତ୍ୟୁର ମାତ୍ର କିଛିମାସ ମଧ୍ୟରେ ଏକମାତ୍ର ପୁଅକୁ ହରାଇ ମାଆ ଓ ଭଉଣୀ ଏକ ପ୍ରକାର ଭାଙ୍ଗି ପଡିଛନ୍ତି; ହେଲେ ମୃତ ପୁଅର ଅଙ୍ଗକୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି ପରିବାର।

ପୁଅର ଅଙ୍ଗ ଅନ୍ୟମାନଙ୍କ ଶରୀରରେ ଲାଗିବ। ସେମାନେ ନୂଆ ଦୁନିଆ ଦେଖିବେ। ପାରଳାଖେମୁଣ୍ଡିର ତେଲିଗୌଡ଼ ସାହିରେ ଏଭଳି ଏକ ଉହାହରଣ ସୃଷ୍ଟି କରିଛନ୍ତି ନରେଶ ପଟ୍ଟନାୟକଙ୍କ ପରିବାର। ନରେଶ ଗତ ୯ତାରିଖରେ ହଠାତ୍ ମସ୍ତିଷ୍କାଘାତରେ ପୀଡିତ ହୋଇଥିଲେ। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରର ବିଶାଖପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ନରେଶଙ୍କ ମୃତ୍ୟୁ ହୋଇଯାଇଥିଲା। ବାପା ନାଗରାଜ ପଟନାୟକଙ୍କ ମୃତ୍ୟୁର ମାସ କେଇଟା ମଧ୍ୟରେ ଘରର ଏକମାତ୍ର ପୁଅ ନରେଶଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ ମାଆ କେ.ଉଷାରାଣୀ। ତେବେ ପୁଅକୁ କିଭଳି ସବୁଦିନ ପାଇଁ ଅମର କରିବେ ଏବଂ ଅନ୍ୟ ଲୋକେ ପୁଅର ଅଙ୍ଗକୁ ଲଗାଇ ବଞ୍ଚିପାରିବେ ସେଥିପାଇଁ ପୁଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ​‌ନେଇଥିଲେ। ସେହି ଅନୁସାରେ ନରେଶଙ୍କ ଚକ୍ଷୁ, ହୃଦ୍‌ଯନ୍ତ୍ର, ଯକୃତ ଓ କିଡନୀ ଦାନ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଅଙ୍ଗଦାନ ନିଷ୍ପତ୍ତି ସମ୍ପର୍କରେ ଉଷାରାଣୀ କହିଛନ୍ତି,ସେ ଜଣେ ଡାକ୍ତରଙ୍କ ଝିଅ। ମଣିଷ ଅଙ୍ଗର ଆବଶ୍ୟକତାକୁ ସେ ଠିକ ଭାବେ ବୁଝିଛନ୍ତି। ଜଣେ ମଣିଷର ବିଭିନ୍ନ ଅଙ୍ଗ ୬ଜଣ ଲୋକଙ୍କୁ ନୂଆ ଜୀବନ ଦେଇପାରିବ। ତେଣୁ ପୁଅର ମୃତ୍ୟୁ ପରେ ହସ୍ପିଟାଲ ପକ୍ଷରୁ ଆସିଥିବା ଅନୁରୋଧକୁ ରକ୍ଷା କରି ନରେଶଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଯାଇଥିବା କହିଥିଲେ। ଶୁକ୍ରବାର ବିଶାଖାପାଟଣାରେ ନରେଶଙ୍କ ଅଙ୍ଗଦାନ କାର୍ଯ୍ୟକ୍ରମ ଶେଷ ହେବା ପରେ ମରଶରୀରକୁ ପାରଳାଖେମୁଣ୍ଡି ଅଣାଯାଇଥିଲା।ନରେଶଙ୍କ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ସହର ଯେତିକି ଦୁଃଖିତ ତାଙ୍କ ଅଙ୍ଗଦାନକୁ ନେଇ ସେତେକି ଗର୍ବିତ ଥିବା ସ୍ପଷ୍ଟ ଜଣାପଡିଥିଲା। ଏଥିପାଇଁ ନରେଶଙ୍କ ମରଶରୀର ପାରଳାଖେମୁଣ୍ଡି ପହଞ୍ଚିବା ପରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ପାରଳାଖେମୁଣ୍ଡିଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆନୁସରେ ଦିବଂଗତ ନରେଶଙ୍କୁ ଗଜପତି ଜିଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ନରେଶ ଜଣେ ପରୋପକାରୀ ତଥା ଖୁସି ମିଜାଜର ବ୍ୟକ୍ତି ଥିଲେ। ତାଙ୍କର ଏହି ଗୁଣକୁ ଆଜି ବି ଝୁରି ହେଉଛନ୍ତି ବନ୍ଧୁ,ପରିବାର ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଲୋକ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories