www.samajalive.in
Monday, December 15, 2025
15.1 C
Bhubaneswar

କଂଗ୍ରେସକୁ ଭରସା ବିଜେଡି: ସଂଖ୍ୟାଗଣିତରେ ବିଜେପି ସୁଦୃଢ଼

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ। ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହା କେତେଦୂର ମୋହନ ସରକାରଙ୍କୁ ଅଡ଼ୁଆରେ ପକାଇବା ପାଇଁ ସମର୍ଥ ହେବ ତାକୁ ନେଇ ଏବେ ଚର୍ଚ୍ଚା ଅରମ୍ଭ ହୋଇଛି। ଏବେ ବିଧାନସଭାରେ ବିଜେପି ସବୁଠୁ ସଂଖ୍ୟାଗରିଷ୍ଠ ଦଳ, ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ଆଦୌ ପ୍ରଭାବ ପକାଇ ନପାରେ ବୋଲି କୁହାଯାଉଛି। ସଂଖ୍ୟା ଗଣିତ କହୁଛି, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି। ବିଜେପିର ୭୮ଜଣ ବିଧାୟକ ଥିବା ବେଳେ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ। ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୩ ରହିଛି। ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବା ଯଥେଷ୍ଟ ସମ୍ଭାବନା ଅଛି। ଏପରିସ୍ଥଳେ ସିପିଆଇ(ଏମ୍)ର ଜଣେ ବିଧାୟକଙ୍କୁ ସାଙ୍ଗରେ ନେଇ ଅନାସ୍ଥା ପାଇଁ କଂଗ୍ରେସ ଦଳ ବିଜେଡିର ସମର୍ଥନ ଲୋଡ଼ିଛି।

କଂଗ୍ରେସ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହି ସାରିଛନ୍ତି। ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି। ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଦିଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ, ଯାହାକି ମ୍ୟାଜିକ୍ ନମ୍ବର ୭୪ଠାରୁ ବହୁ ପଛରେ ରହିଛି। ବିଧାନସଭାରେ ଥିବା ତିନି ଜଣ ସ୍ୱାଧୀନ ବିଧାୟକ ଧର୍ମଶାଳାର ହିମାଂଶୁ ଶେଖର ସାହୁ, ବଡ଼ମ୍ବାର ବିଜୟ କୁମାର ଦଳବେହେରା ଏବଂ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯେହେତୁ ସରକାର ଗଠନ ବେଳେ ବିଜେପିକୁ ସମର୍ଥନ ଦେଇଥିଲେ, ତେଣୁ ଏବେ ଅନାସ୍ଥା ପ୍ରସ୍ତାବ ସମୟରେ ମଧ୍ୟ ଏମାନେ ବିଜେପି ସପକ୍ଷରେ ରହିପାରନ୍ତି ବୋଲି କୁହାଯାଉଛି। ଯାହାଦ୍ୱାରା କି ବିଜେପି ପ୍ରତି ବିଧାୟକଙ୍କ ସମର୍ଥନ ସଂଖ୍ୟା ୮୧କୁ ବୃଦ୍ଧି ପାଇବ। ବିଜେଡିର ୫୦ଜଣ ବିଧାୟକ ସମର୍ଥନ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନି। ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ଫଳାଫଳ କ’ଣ ହେବ ଏହି ସଂଖ୍ୟା ଗଣିତରୁ ହଁ ସ୍ପଷ୍ଟ ଅନୁମାନ କରାଯାଇପାରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories