www.samajalive.in
Monday, December 15, 2025
17.1 C
Bhubaneswar

ପଦୋନ୍ନତି ନ ହେବାରୁ ଶତାଧିକ ପଦ ଖାଲି

ଭୁବନେଶ୍ବର: ପ୍ରଶାସନିକସ୍ତରରେ ପଦୋନ୍ନତି ଦୀର୍ଘଦିନ ଧରି ନ ହେବାରୁ ଦେଖାଦେଇଛି ପ୍ରଶାସନିକ ଅସ୍ଥିରତା। ବହୁ ପ୍ରଶାସକ ପଦୋନ୍ନତିକୁ ଅପେକ୍ଷା କରିଥିବାବେଳେ ଏପର୍ଯ୍ୟନ୍ତ ତାଙ୍କ କାମ ହୋଇପାରୁନି। ରାଜ୍ୟରେ ପ୍ରାୟ ୨ ଶହ ଉପ- ସଚିବ ଏବଂ ଯୁଗ୍ମ ସଚିବ ରାଙ୍କର ପଦ ଖାଲି ରହିଛି। ୨ଟି ଓଏଏସ୍ ବ୍ୟାଚ୍‌ ମଧ୍ୟରେ ଥିବା ବିବାଦ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାତ୍ର ଏହାର ସମାଧାନ ପାଇଁ ସରକାରୀସ୍ତରରେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ୨୦୧୧ରେ ସିଧାସଳଖ ଭାବେ ନିଯୁକ୍ତି ପାଇଥିବା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ଅଧିକାରୀ ଏବଂ ୨୦୧୫ରେ ପଦୋନ୍ନତି ପାଇଥିବା ଓଏଏସ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ୨୦୧୯ ମାର୍ଚ୍ଚରେ ରାଜ୍ୟରେ ଶେଷ ଥର ପାଇଁ ଗ୍ରେଡେସନ ତାଲିକା ପ୍ରକାଶ କରିଥିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ୨୦୧୯ ପରେ ଏଯାବତ୍‌ ନୂଆ ଗ୍ରେଡେସନ ତାଲିକା ପ୍ରକାଶ ପାଇନି। ପ୍ରତିବର୍ଷ ଗ୍ରେଡେସନ ତାଲିକା ପାଇବାକୁ ଥିବାବେଳେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଏହି ଦୁଇ ବ୍ୟାଚ୍‌ ବିବାଦ ପରେ ୨୦୨୧ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମ୍ଭାବ୍ୟ ଗ୍ରେଡେସନ ତାଲିକା ପ୍ରକାଶ ପାଇଥିଲା। ମାତ୍ର ଏହାକୁ ନେଇ ବିବାଦ ହେବାରୁ ଗୋଟିଏ ଗୋଷ୍ଠୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ୨ ଗୋଷ୍ଠୀ ମଧ୍ୟରେ ବରିଷ୍ଠତାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ପାଇଁ ୨୦୨୨ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଓ ପିଜି) ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲା। ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ୨୦୨୨ ଅକ୍ଟୋବରରେ ୨ ଗୋଷ୍ଠୀକୁ ପଦୋନ୍ନତି ଏକାସ‌େ‌ଙ୍ଗ ଦିଆଯାଇଥିଲା। ଅନୁ-ସଚିବରୁ ଉପ-ସଚିବ ପାହ୍ୟାକୁ ଉଭୟ ପକ୍ଷର ଅଧିକାରୀଙ୍କ ପଦୋନ୍ନତି ହୋଇଥିଲା।

- Advertisement -

ଇତିମଧ୍ୟରେ ପ୍ରାୟ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଆଉ ପଦୋନ୍ନତି ହୋଇନି। ପ୍ରଶାସନିକସ୍ତରରେ ପ୍ରାୟ ଶହେ ଯୁଗ୍ମ ସଚିବ ପଦ ଖାଲି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ୨୦୨୫ ମେ’ରେ ଜିଏ ବିଭାଗ ପକ୍ଷରୁ ପଦୋନ୍ନତି ସହ ଖାଲିଥିବା ପଦ ପୂରଣ ଦିଗରେ ପଦକ୍ଷେପ ନେଇଥିଲା। ଜିଏ ବିଭାଗ ପକ୍ଷରୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚୂଡ଼ାନ୍ତ ଗ୍ରେଡେସନ ତାଲିକା ମାଗିଥିଲା। ମାମଲାକୁ ଆଳ କରି ରାଜସ୍ବ ବିଭାଗ କୌଣସି ପଦକ୍ଷେପ ନେଇନି। ଫଳ ସ୍ବରୂପ ରାଜ୍ୟରେ ବହୁ ପ୍ରଶାସକ ପଦୋନ୍ନତି ପାଇପାରୁନାହାନ୍ତି। ବହୁ ରାଜସ୍ବ ସେବା ଅଧିକାରୀ ଅନୁ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାକୁ ଅପେକ୍ଷା କରିଛନ୍ତି। ଅନୁରୂପ ଭାବେ ଅନୁ ସଚିବରୁ ଉପ- ସଚିବ ହେବା ଏବଂ ଉପ- ସଚିବରୁ ଯୁଗ୍ମ ସଚିବ ହେବାକୁ ଅପେକ୍ଷା କରି ରହିଛନ୍ତି। ଲୋକସେବା ଭବନ ସମେତ ଜିଲାସ୍ତରରେ ମଧ୍ୟ ବହୁ ଅନୁ ସଚିବ, ଉପ- ସଚିବ ଓ ଯୁଗ୍ମ- ସଚିବ ପାହ୍ୟାର ଅଧିକାରୀଙ୍କ ପଦ ଖାଲି ରହିଛି। ଶତାଧିକ ପ୍ରଶାସନିକ ପଦ କେବେ ପୂରଣ କରାଯିବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories