www.samajalive.in
Saturday, December 13, 2025
21.1 C
Bhubaneswar

ଆଜି କମ୍ପିପାରେ ବିଧାନସଭା: ଅନାସ୍ଥା ଉପରେ ନଜର 

ଭୁବନେଶ୍ୱର:  ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କମ୍ପିପାରେ ଗୃହ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଆଜି ଗୃହରେ ହଙ୍ଗାମା ହୋଇପାରେ । କାରଣ କଂଗ୍ରେସ ବିଜେପି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଏହାକୁ ବାଚସ୍ପତି ଗ୍ରହଣ କରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ସିପିଏମ୍‍ ବିଧାୟକ ସମର୍ଥନ ଜଣାଇଥିବା ବେଳେ ବିଜେଡିର ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ ରହିଛି । କିନ୍ତୁ କଂଗ୍ରେସ ପକ୍ଷରୁ ବିଧାନସଭାରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ହୁଇପ୍‍ ଜାରି କରାଯାଇଛି ।
ଅନାସ୍ଥା ଉପରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଥିବା ବେଳେ ଆଜି ବିଧାନସଭାରେ ନାରୀ ନିର୍ଯାତନା ଓ ସାର ଅଭାବକୁ ପ୍ରସଙ୍ଗ କରିପାରେ ବିଜେଡି । ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ବିଜେଡି କିନ୍ତୁ ଗୃହରେ ନିଜର ସ୍ୱର ଶାଣିତ କରିବ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories