ରଙ୍ଗବେରଙ୍ଗ ପରଟା
ଆବଶ୍ୟକ ସାମଗ୍ରୀ
ଅଟା – ୧କପ
କ୍ଷୀର – ୨ଚାମଚ
କୋରା ଗାଜର – ୧ଟି
କୋରା ପନିର – ଅଳ୍ପ
କଟା ପୁଦିନା ପତ୍ର – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ଚାମଚ
ଲୁଣ – ଆବଶ୍ୟକ ଅନୁଯାୟୀ
ପାଣି – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଟା, ତେଲ, ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ ଏଥିରେ ଗୋଲ ଗୋଲ ଗୁଳା କରି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ କୋରା ଗାଜର, ପନିର, ପୁଦିନା ପତ୍ର, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା ପକାଇ ଭଲ ଭାବେ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ପ୍ରସ୍ତୁତ ଗୁଳାକୁ ଛୋଟ ଆକାର ବେଲି ଏହା ମଧ୍ୟରେ ପୁର ଭରନ୍ତୁ। ପୁର ଭରିବା ପରେ ଏହାକୁ ହାତରେ ଭଲ ଭାବେ ଗୋଲ କରି ପୁଣି ପରଟା ଆକୃତିର ବେଲନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ପରଟାକୁ ତେଲ ଦେଇ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରଙ୍ଗବେରଙ୍ଗ ପରଟା ।