www.samajalive.in
Monday, December 15, 2025
16.1 C
Bhubaneswar

ବୈତରଣୀ ବନ୍ୟାରେ ଧାମନଗର ଉବୁଟୁବୁ, ରନ୍ଧା ଖାଦ୍ୟ ଯୋଗାଇଲା ପ୍ରଶାସନ

ଦୋବଲ : ଭଦ୍ରକ ଜିଲ୍ଲା ଧାମନଗରରେ ବନ୍ୟା ବିଭୀଷିକା ଜାରି ରହିଛି। ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି, କୋଚିଳାରେ ବନ୍ୟା ଯୋଗୁଁ ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଆନନ୍ଦପୁର, ଖଡ଼ିପଦା, ସୋହଡ଼ା, କରଦା, ଦଳାଙ୍ଗ, ପଧାନି, ଅର୍ଜୁନପୁର, ଭଟ୍ଟସାହି, ନଦୀଗାଁ, ଧୁଷୁରୀ, ହସନାବାଦ ଓ ପାଳସାହି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ ହୋଇଛି। ବେଶୀ ମାତ୍ରାରେ ପ୍ରଭାବିତ ହୋଇଛି ଅର୍ଜୁନପୁର, ହସନାବାଦ ଓ ପଧାନି ପଞ୍ଚାୟତ। ଦୁଇ ପଞ୍ଚାୟତର ଅର୍ଦ୍ଧାଧିକ ଗାଁରେ ଘର ଭିତରେ ପାଣି ପଶିଯାଇଛି।

ଅନଳଡିହ ବାଟେ ବୈତରଣୀ ଓ କୋଚିଳାର ବନ୍ୟାଜଳ ଆସିବା ଯୋଗୁଁ ହସନାବାଦ, ଗୋପବନ୍ଧୁନଗର, ଅସ୍ତକ, ପଙ୍ଗଟା, ଶଇଲ, ଦାସପାରି ଆଦି ଗାଁରେ ଘର ଭିତରେ ପାଣି ପଶିଛି। ଗୋପବନ୍ଧୁନଗର ଗାଁର ସମସ୍ତଙ୍କ ଘରେ ଆଣ୍ଠୁଏ ପେଟେ ଉଚ୍ଚର ପାଣି ରହିଛି। ଫଳରେ ଲୋକମାନେ ରୋଷେଇବାସ କରି ପାରିନାହାନ୍ତି। ଗରିବ ଲୋକମାନେ ପାଖ ପଡ଼ୋଶୀଙ୍କ ଛାତ ଉପରେ, ସ୍କୁଲ ଘରେ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଯାଇ ରହିଛନ୍ତି। ଯେଉଁମାନଙ୍କର ଦୁଇ ମହଲା ଘର ସେମାନେ ଉପର ମହଲାରେ ରହିଥିବା ଦେଖିବାକୁ ମିଳିଛି। ଗୃହ ପାଳିତ ପଶୁଙ୍କ ନଦୀ ବନ୍ଧ ଓ ଉଚ୍ଚା ସ୍ଥାନକୁ ନେଇ ବାନ୍ଧିଛନ୍ତି।

- Advertisement -

ଘର ଓ ବାଡ଼ି ବଗିଚା ବୁଡ଼ି ଯାଇଥିବାରୁ ଲୋକମାନେ ପିଇବା ପାଣି ପାଉନାହାନ୍ତି। ଝିଅ ବୋହୂମାନେ ଶୌଚ ଯିବାକୁ ସମସ୍ୟା ଭୋଗୁଛନ୍ତି। ଏହାକୁ ନଜରରେ ରଖି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଧାମନଗର ବିଡିଓ ବନବିହାରୀ ଦିନ୍ଦା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ ଏବଂ ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ପାୱାର ବୋଟ୍ ନେଇ ବନ୍ୟାଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି। ନିଜେ ବିଡିଓ ରନ୍ଧା ଖାଦ୍ୟ ନେଇ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ଏହାସହ ବିସ୍କୁଟ, ଚୁଡ଼ା, ଚିନି, ଗୁଡ଼ି, ମହମବତୀ ଓ ଦିଆସିଲି ପ୍ୟାକେଟ ଲୋକଙ୍କୁ ଦିଆଯାଇଛି।

ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଓ ଆନନ୍ଦପୁର ପଞ୍ଚାୟତର ମଲ୍ଲିମାହାରା ଏସକେପରେ ସୁରକ୍ଷା ପ୍ରାଚୀର ହୋଇଥିବାରୁ ଜନବସତି ଭିତରକୁ କମ୍ ପାଣି ପଶିଛି। ତଥାପି ଏହି ପାଣିରେ ଖଡ଼ିପଦା, ଆନନ୍ଦପୁର ଓ ସୋହଡ଼ା ଅ଼୍ଚଳ ଜଳ ପ୍ଲାବିତ ହୋଇଛି। ସେପଟେ ବୈତରଣୀର ଶାଖା ନଦୀ ଗେଙ୍ଗୁଟିର ବନ୍ୟା ଜଳ କାଞ୍ଜିଆପାଳ ଗାଇଛନ୍ଦା, ମଠମାହାରା ଓ କନକେଇ ଏସକେପ୍ ଯୋଗେ ଗାଁ ଭିତରେ ପଶିଛି। ଏହା ଫଳରେ ଖଡ଼ିପଦା ପଞ୍ଚାୟତର କାଞ୍ଜିଆପାଳ ଓ କମଳପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି। ଦୁଇ ଗାଁର ପ୍ରାୟ ୧୫୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଖଡ଼ିପଦା ଓ ଆନନ୍ଦପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ଖଡ଼ିପଦା ପଞ୍ଚାୟତ ଅଫିସ ନିକଟରୁ କାଞ୍ଜିଆପାଳ ମୋଡ଼ ଯାଏ ଗ୍ରାମ୍ୟ ଉନ୍ନୟନ ରାସ୍ତା ବୁଡ଼ିଯିବାରୁ ଲୋକେ ଯାଆସ କରିପାରୁନାହାନ୍ତି। ପୁଣି ଆଉ ଗୋଟେ ଲଘୁଚାପ ଅଛି। ଯଦି ଅଧିକ ବର୍ଷା ହୁଏ ତାହାଲେ ବଡ ବନ୍ୟା ଆଶଙ୍କା ରହିଛି।

ବନ୍ୟା ଦୃଷ୍ଟିରେ ବ୍ଲକ ଓ ତହସିଲର ସମସ୍ତ କର୍ମଚାରୀଙ୍କ ଛୋଟି ବାତିଲ କରାଯାଇଛି। ଏହା ସହ ବନ୍ୟା ଅଞ୍ଚଳ ପାଇଁ ୨ଦିନ ସ୍କୁଲ ଅଙ୍ଗୱାଡ଼ି ଛୋଟି ଘୋଷଣା କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହାକୁ ଅଧିକ ଦିନ ଘୋଷଣା କରିପାରନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories