www.samajalive.in
Monday, December 15, 2025
15.1 C
Bhubaneswar

ମରଣଯନ୍ତା ପାଲଟିଛି ଚାନ୍ଦବାଲି-କନ୍ଧା ରାସ୍ତା

ଚାନ୍ଦବାଲି : ଚାନ୍ଦବାଲି ଏନଏସିର ମୁଖ୍ୟ ରାସ୍ତା ମଧ୍ୟରୁ ଗୁରୁତ୍ୱ ବହନ କରୁଥିବା ଚାନ୍ଦବାଲି କାଳୀ ମନ୍ଦିରଠାରୁ କନ୍ଧା ଦୀର୍ଘ ୫ କିମି ରାସ୍ତା ଏବେ ମରଣ ଯନ୍ତା ପାଲଟିଛି କହିଲେ ଅତ୍ୟୁକ୍ତି ହେବନି। ଦୁଇ ବର୍ଷ ପୁରି ଯାଇଥିଲେ ମଧ୍ୟ ରାସ୍ତା କାମ ଆରମ୍ଭ ହୋଇପାରିଲା ନାହିଁ । ଅଞ୍ଚଳବାସୀ ବହୁ ବାର ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ମଧ୍ୟ ରାସ୍ତା କାର୍ଯ୍ୟ ହେଉ ନଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ ୨୦୨୩ ମାର୍ଚ୍ଚରେ ଏହି ରାସ୍ତା ପାଇଁ ବିଧାୟକ ବ୍ୟୋମକେଶ ରାୟ ଭିତ୍ତିପସ୍ତର ସ୍ଥାପନ କରିଥିଲେ । ପୁର୍ତ୍ତ ଅଧୀନରେ ଥିବା ଏହି ୫ କିମି ବିଶିଷ୍ଟ ରାସ୍ତା ପାଇଁ ୭ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟବରଦାରେ ଟେଣ୍ଡର ହୋଇଥିଲା। ଦୁଇ ବର୍ଷ ପୂର୍ବରୁ ଶିଳାନ୍ୟାସ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇପାରିଲା ନାହିଁ। ଏହି ରାସ୍ତା କାମର ଅବଧି ୨୫/୦୪/୨୦୨୩ ରୁ ୨୪/୦୧/୨୦୨୪ ସରିଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇ ନାହିଁ ।

- Advertisement -

ଚାନ୍ଦବାଲି ଏନଏସି ସମେତ ୭/୮ଟି ପଞ୍ଚାୟତର ଲୋକଙ୍କ ପାଇଁ ଏହା ଏକମାତ୍ର ରାସ୍ତା। ଏନେଇ ସୋମବାର ଦିନ  ଶତାଧିକ ଲୋକ  ତୁରନ୍ତ ରାସ୍ତା ମରାମତି ଦାବିରେ ବର୍ଷାରେ ଭିଜି କନ୍ଧା ଠାରୁ ଏକ ରାଲି କରି ଚାନ୍ଦବାଲି ଏନ ଏ ସି, ତହସିଲ, ବ୍ଲକ ଓ ପୂର୍ତ୍ତି ବିଭାଗ କାର୍ଯ୍ୟାଳୟରେ ପହଁଚିବା ସହ ଆମର ତୁରନ୍ତ ଦାବୀ ରାସ୍ତା ନିର୍ମାଣ ବୋଲି ନାରା ଓ ଦାବୀ ପତ୍ର ଦେଇଥିଲେ। ରାସ୍ତା ଖରାପ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକେ ଆହତ ସହ ମୃତ୍ୟୁ ବରଣ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ ନିଯୁକ୍ତ ଠିକା ସଂସ୍ଥା ସମ୍ପୂର୍ଣ ବେଫିକର ଏବଂ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ପାଇଁ ରାସ୍ତା କାମ ଆରମ୍ଭ ହୋଇପାରୁନି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଅନ୍ୟପଟେ ଏହି ବିଷୟରେ ଚାନ୍ଦବାଲି ବିଡ଼ିଓ ସଂଜୀବ କୁମାର ମହାପାତ୍ର ବ୍ଲକରେ ଦାବୀ ଗ୍ରହଣ କରି ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦେଶ ଦେବେ ବୋଲି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories