www.samajalive.in
Sunday, December 14, 2025
17.1 C
Bhubaneswar

ସଇତାନ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ଦେବଗଡ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗୋହିଡା-ଜାମୁନାଳୀ ଗ୍ରାମରେ ଘଟିଛି ହତ୍ୟାକାଣ୍ଡ । ଟାଙ୍ଗିଆ ଚୋଟରେ ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ସଇତାନ ପୁଅ। ପୁଅର ଟାଙ୍ଗିଆ ଚୋଟରେ ବାପା ବୁଧୁ କିସାନଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଦୁଃଖବନ୍ଧୁ କିସାନଙ୍କୁ ପୁଲିସ ଅଟକ ରଖିଛି।
ସୂଚନା ଅନୁଯାୟୀ ବାପ ଓ ପୁଅ ମଧ୍ୟରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି । ଘରେ କେହି ନଥିବା ବେଳେ ଗତ ୧୯ ତାରିଖ ରାତିରେ ବାପାଙ୍କୁ ଟାଙ୍ଗିଆରେ ହାଣି ଘର ପଛ ପଟେ ଥିବା ଏକ ଗାତ ଭିତରେ ମୃତଦେହ ଫିଙ୍ଗିଦେଇଥିଲା ସଇତାନ ପୁଅ । ଘର ଭିତରେ ରକ୍ତ ଛିଟା ପଡିଥିବା ବେଳେ ବୁଧୁ ନିଖୋଜ ଥିଲେ । ଫଳରେ ପରିବାର ଲୋକଙ୍କ ସନ୍ଦେହ ହେବାରୁ ଖୋଜାଖୋଜି କରିଥିଲେ । ଘର ପଛପଟେ ଥିବା ଏକ ଗାତ ଭିତରୁ ଆଜି ମୃତଦେହ ଉଦ୍ଧାର ହୋଇଛି । କୁଣ୍ଢେଇଗୋଳା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିଥିବା ବେଳେ ସାଇଂଟିଫିକ ଟିମକୁ ସୂଚନା ଦିଆଯାଇଛି।

ଏଥିପାଇଁ.. ଶିକ୍ଷକଙ୍କୁ ଗୁଳି ମାରିଲା ନବମ ଶ୍ରେଣୀ ଛାତ୍ର

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories