କଳାପଥର : ବୈଦ୍ୟେଶ୍ୱର ଥାନା ଗୋଳାଗଣ୍ଡ ପଂଚାୟତ ଅନ୍ତର୍ଗତ ରଜିବ ଗ୍ରାମର ଚନ୍ଦନ ବିଶ୍ୱାଳଙ୍କ ଦୋକାନରୁ ସପ୍ତାହେ ତଳେ ୩୨ ହଜାର ୪୦୦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏତଲା ଆଧାରରେ ୧୪୦/୨୫ରେ ମୋକଦ୍ଦମା ରୁଜୁ କରି ଆଇଆଇସି ସଞ୍ଜୟ କୁମାର ଜେନା ତଦନ୍ତ କରିଥିଲେ । ଘଟଣାକୁ ଏକ ସପ୍ତାହରୁ ଅଧିକ ଗଡି ଯାଇଥଲେ ମଧ୍ୟ ପୁଲିସ ଚୋରର ସନ୍ଧାନ ପାଇପାରିନଥିଲା । ରଜିବ ଗ୍ରାମର ଜଣେ ଯୁବକ ଶୁଶାନ୍ତ କୁମାର ବାରିକ (26), ପିତା ପ୍ରକାଶ ବାରିକ ଗୋଟିଏ ପାଞ୍ଚ ଶହ ଟଙ୍କା ନୋଟ ନେଇ ରାସନ ଜିନିଷ କିଣିବାକୁ ଚନ୍ଦନ ବିଶ୍ୱାଳଙ୍କ ଦୋକାନକୁ ଆସିଥିଲେ । ନୋଟରେ ସି ବି ଚନ୍ଦନ ବିଶ୍ୱାଳ ଲେଖାଥିବା ଦେଖି ଚୋର ଶୁଶାନ୍ତକୁ କେଉଁଠୁ ଏ ଟଙ୍କା ଆଣିଛୁ ବୋଲି ସେ ପଚାରିବାରୁ ଜିନିଷ ନ କିଣି ପ୍ରକାଶ ଦୌଡି ପଳାଇଥିଲେ । ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା । ବୈଦ୍ୟେଶ୍ୱର ଥାନା ଆଇଆଇସି ସଞ୍ଜୟ କୁମାର ଜେନା ଅଭିଯୁକ୍ତ ଶୁଶାନ୍ତ ବାରିକକୁ ବାନ୍ଧି ବାଙ୍କି କୋର୍ଟ ଚାଲାଣ କରିଥିଲେ । ଦୋକାନୀ ଚନ୍ଦନ ଚୋରି ପୂର୍ବରୁ କୌଣସି କାରଣରୁ ଛୋଟଛୋଟ ଅକ୍ଷରରେ ନୋଟରେ ନିଜ ନାଁ ଲେଖିଦେଇଥିଲେ । ସେହି ନାଁ ଲେଖା ଥିବା ଯୋଗୁଁ ଚୋର ଧରାପଡିଥିଲା । ତେବେ ତାଠାରୁ ୧୬ ଶହ ଟଙ୍କା ଉଦ୍ଧାର ହୋଇଥିବା ସମୟରେ ବାକି ଟଙ୍କା ସେ ଖର୍ଚ୍ଚ କରିଦେଇଥିବା ସୂଚନା ଦେଇଛି ।
Popular Categories



