ଗଞ୍ଜାମ : ଗଞ୍ଜାମ ୧୬ ନଂ ଜାତୀୟ ରାଜପଥ ଶନି ମନ୍ଦିର ନିକଟରେ ଅଘଟଣ। ହଠାତ୍ ବିଦ୍ୟୁତ୍ ତାର ଛିଣ୍ଡି ପଡି ବାଇକ୍ ଆରୋହୀଙ୍କ ଉପରେ ପଡିବାରୁ ସେ ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଦୀର୍ଘ ୪୦ ମିନଟ ରୁ ଅଧିକ ସମୟ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରରହିଥିଲା। ଘଟଣା ସ୍ଥଳରେ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ , ଗଞ୍ଜାମ ଥାନା ଅଧିକାରୀ ଏବଂ ବିଦ୍ୟୁତ୍ ବିଭାଗର କିଛି କର୍ମଚାରୀ ପହଞ୍ଚି ତଦାରଖ କରିଥିଲେ। ଆହତ ବ୍ୟକ୍ତି ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦଗଡ଼ ଥାନା ଅଞ୍ଚଳର ସାଗର ନାୟକ ବୋଲି ଜଣାପଡିଛି।
Popular Categories



