www.samajalive.in
Monday, December 15, 2025
26.1 C
Bhubaneswar

ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତିବା ଲାଗି ଇରାନ ସୀମାରେ ଲୁଚିଥିଲେ ପାକିସ୍ତାନୀ ଯୁଦ୍ଧ ଜାହାଜ

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ଗେତ ମେ ୭ ତାରିଖ ଭୋର ସମୟରେ ଅପରେସନ ‘ସିନ୍ଦୂର’ ଆରମ୍ଭ କରିଥିଲା। ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ସେସବୁକୁ ଧ୍ବଂସ କରିଦେଇଥିଲା। ଏହା ପରେ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦ ଡିଜିଏମଓଙ୍କୁ ଫୋନ କରାଯାଇ ଭାରତର ମିସନ ସମ୍ପୂର୍ଣ୍ଣ ହୋଇଥିବା ଅବଗତ କରାଯାଇଥିଲା। ମାତ୍ର ପାକିସ୍ତାନ ଏହାର ପ୍ରତିଜବାବ ଦେବା ଲାଗି ଚେତାବନୀ ଦେଇଥିଲା। ଯାହାଫଳରେ ଅପରେସନ ସିନ୍ଦୂର ୪ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା ଏବଂ ପାକିସ୍ତାନକୁ ଭାରତୀୟ ସେନା ଘାଇଲା କରିଦେଇଥିଲେ। ଯାହାଫଳରେ ଯୁଦ୍ଧବିରତି ପାଇଁ ପାକିସ୍ତାନ ଗୁହାରି କରିଥିଲା।

ତେବେ ଏହି ସମୟର ଏକ ରୋଚକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଅପରେସନ ‘ସିନ୍ଦୂର’ ସମୟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ଲାଗି ପାକ୍‌ ନୌସେନା ଆତ୍ମଗୋପନ କରିଥିଲା। ସେ ସମୟରେ ଉପଗ୍ରହ ଦ୍ଵାରା ନିଆଯାଇଥିବା କରାଚୀ ଏବଂ ଗ୍ବାଦର ବନ୍ଦର ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ, ପାକ୍‌ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତିବା ଲାଗି ଇରାନ ସୀମାରେ ଲୁଚି ରହିଥିଲେ। ଅର୍ଥାତ ଯୁଦ୍ଧ ଜାହାଜଗୁଡ଼ିକୁ ନୌସେନା ଘାଟିରୁ ହଟାଇ ବନ୍ଦରର ବ୍ୟାବସାୟିକ ଟର୍ମିନାଲ ଭିତରେ ରଖାଯାଇଥିବା ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories