www.samajalive.in
Saturday, December 6, 2025
23.1 C
Bhubaneswar

ଖୁବଶୀଘ୍ର ସନ୍ତାନ ଜନ୍ମ ଦେବ ରୋବୋଟ୍‌

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ ସବୁକିଛି ସମ୍ଭବ। ଚୀନର ବୈଜ୍ଞାନିକମାନେ ଏଭଳି ଏକ ରୋବୋଟ୍‌ ନିର୍ମାଣ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରୋବୋଟ୍‌ ଗର୍ଭଧାରଣ କରିପାରିବ। ଏହାର ପ୍ରଥମ ପୋଟୋଟାଇପ ୨୦୨୬ରେ ଲଞ୍ଚ କରାଯିବ। ଭ୍ରୁଣକୁ କୃତ୍ରିମ ଗର୍ଭାଶୟରେ ରଖାଯିବ। ଏକ ପାଇପ ଜରିଆରେ ଭ୍ରୁଣଟି ଆବଶ୍ୟକ ପୋଷକ ତତ୍ତ୍ଵ ଗ୍ରହଣ କରିବ। ଏହି ପ୍ରକ୍ରିୟା ଗର୍ଭଧାରଣଠାରୁ ଆରମ୍ଭ କରି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିମ୍ବାଣୁ ଏବଂ ଶୁକ୍ରାଣୁ ମଧ୍ୟରେ ପ୍ରଜନନ ପ୍ରକ୍ରିୟା କିପରି ହେବ ତାହା ଏଯାଏ ଜଣାପଡ଼ିନାହିଁ।

ବୈଜ୍ଞାନିମାନଙ୍କ କହିବା ଅନୁସାରେ, ଯେଉଁ ଦମ୍ପତି କୌଣସି କାରଣରୁ ସନ୍ତାନ ଲାଭ କରିପାରୁ ନାହାନ୍ତି ସେମାନଙ୍କ ପାଇଁ ଏହା ଲାଭବାନ ହେବ। ସେହିପରି ଯେଉଁ ମହିଳା ମାତୃତ୍ଵ ଲାଭ କରିପାରୁ ନାହାନ୍ତି ବା ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିବାକୁ ଚାହୁଁନାହାନ୍ତି ତାଙ୍କ ପାଇଁ ବି ଏହା ବେଶ୍ ଉପଯୋଗୀ ହେବ।

- Advertisement -

ଏହି ରୋବୋଟ୍‌ ନିର୍ମାଣ ପ୍ରୋଜେକ୍ଟ ଉପରେ ଗୁଆଙ୍ଗଝୌର କାଇଓ୍ବା ଟେକ୍ନୋଲୋଜି କାମ କରୁଛି। ଡା. ଝାଙ୍ଗ କ୍ୟୁଫେଙ୍ଗଙ୍କ ନେତୃତ୍ଵରେ ଏକ ଟିମ ଗବେଷଣା ଜାରି ରଖିଛି। ଯେଉଁ ବୈଷୟିକ ଉପାୟରେ ଏସବୁ କାର୍ଯ୍ୟ କରାଯିବ ତାହାର ବିକାଶ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତାହାକୁ ରୋବୋଟ୍‌ ପେଟରେ ପ୍ରତ୍ୟାରୋପଣ କରାଯିବ। ଯାହାଫଳରେ ଜଣେ ମଣିଷ ଏବଂ ରୋବୋଟ ପରସ୍ପର ସହିତ ସମ୍ବନ୍ଧ ରଖିବେ ଏବଂ ରୋବୋଟ୍ ଗର୍ଭଧାରଣ କରିପାରିବ। ଏହା ପରେ ଭ୍ରୁଣ ଗର୍ଭାଶୟରେ ବିକଶିତ ହେବ।

ଏହି ରୋବୋଟର ପ୍ରୋଟୋଟାଇପ ନିର୍ମାଣ ପାଇଁ ପ୍ରାୟ ୧୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। ତେବେ ଏଭଳି ପ୍ରକ୍ରିୟାକୁ ନେଇ ସାମାଜିକ ଏବଂ ନୈତିକ ପ୍ରଶ୍ନ ଉଠିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories