ପୁଲୁଓ୍ୱମା ଆକ୍ରମଣରେ ବ୍ୟବହୃତ ଗାଡି ଆତଙ୍କବାଦୀ ସଜ୍ଜାଦର: ଏନ୍‌ଆଇଏ

0

ପୁଲୁଓ୍ୱମା ଆକ୍ରମଣରେ ବ୍ୟବହାର ହୋଇଥିବା ଗାଡି  ଆତଙ୍କବାଦୀ ସଜ୍ଜାଦ ଭଟ୍ଟ ନାଁରେ ରହିଥିବା କଥା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି ।  ଏନ୍‌ଆଇଏର ସଦସ୍ୟମାନେ ବିସ୍ଫୋରଣ ହୋଇଥିବା ସ୍ଥାନରେ ଫୋରେନସିକ୍‌ ପରୀକ୍ଷା ସହ ଅନ୍ୟ ଅନୁସନ୍ଧାନ କରିଥିଲେ । ବିସ୍ଫୋରଣ ହୋଇଥିବା ଗାଡିଟି ମାରୁତି ଇକୋ ବୋଲି ଜଣା ପଡିଛି । ଏହି ଗାଡିଟି ସଜ୍ଜାଦ ଭଟ୍ଟ ନାମକ ଆତଙ୍କବାଦୀ ନାମରେ ପଞ୍ଜୀକୃତ ଥିଲା । ଏହି ଘଟଣାପରେ ଭଟ୍ଟ ଫେରାର ହୋଇଯାଇଛି ।

ସଜ୍ଜାଦ ଭଟ୍ଟ ଜୈଶ-ଏ-ମହମ୍ମଦରେ ଯୋଗ ଦେଇଥିବା ସୂଚନା ମିଳିଛି । ସାମାଜିକ ଗଣମାଧ୍ୟମରେ ସଜ୍ଜାଦ ବନ୍ଧୁକ ସହ ଏକ ଫଟୋ ପୋଷ୍ଟ କରିଛି । ଏଥିରେ ସେ ଜୈଶ-ଏ-ମହମ୍ମଦରେ ଯୋଗଦେଇଥିବା ପ୍ରକାଶ କରିଛି ।

prayash

kalyan agarbati
Leave A Reply