www.samajalive.in
Monday, December 15, 2025
24.1 C
Bhubaneswar

ସ୍ପାଇସଜେଟର ୪ ଜଣ କର୍ମଚାରୀଙ୍କୁ ମାଡ ମାରିଲେ ସେନା ଅଧିକାରୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ଶ୍ରୀନଗର ବିମାନବନ୍ଦରରେ ଅତିରିକ୍ତ ଲଗେଜକୁ ନେଇ ସେନାର ଜଣେ ଅଧିକାରୀ ସ୍ପାଇସଜେଟର ୪ ଜଣ କର୍ମଚାରୀଙ୍କ ସହିତ ମାରପିଟ୍ କରିଛନ୍ତି । ଜଣେ କର୍ମଚାରୀଙ୍କ ମେରୁଦଣ୍ଡ ହାଡ ଭାଙ୍ଗିଯାଇଛି । ଜଣଙ୍କ ନାକ ଓ ଅନ୍ୟଜଣଙ୍କ ଥୋଡିରେ ଆଘାତ ଲାଗିଛି । ଏପରିକି ଚତୁର୍ଥ କର୍ମଚାରୀ ଜଣକ ବେହୋସ ହେବା ପରେ ମଧ୍ୟ ସେନା କର୍ମଚାରୀଙ୍କ ତାଙ୍କୁ ଗୋଇଠା ମାରିବାରେ ଲାଗିଥିଲେ । ଏହି ଘଟଣାଟି ୨୬ ଜୁଲାଇରେ ଘଟିଥିଲା । କିନ୍ତୁ ମାମଲାଟି ଏବେ ସାମ୍ନାକୁ ଆସିଛି ।

ଏୟାରଲାଇନର ବୟାନ ଅନୁସାରେ ସେନାର ସେହି ଅଧିକାରୀଙ୍କୁ ନୋ ଫ୍ଲାଇଂ ତାଲିକାରେ ସାମିଲ କରାଯାଇଛି । ଅନ୍ୟପଟେ ସେନା ବୟାନ ଜାରି କରି କହିଛି କି ଭାରତୀୟ ସେନା ଅନୁଶାସନ ଓ ଆଚରଣ ମାନକ ବଜାୟ ରଖିବାରେ ପ୍ରତିବଦ୍ଧ । ଘଟଣାର ଯାଞ୍ଚ ପାଇଁ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଦିଆଯାଉଛି । ସେନା ଅଧିକାରୀଙ୍କ ପରିଚୟ ଲେଫିନେଣ୍ଟ କର୍ଣ୍ଣଲ ରିତେଶ କୁମାର ସିଂହ ରୂପେ ଜଣାପଡିଛି ।

- Advertisement -

ଏୟାରଲାଇନର ସୂଚନା ଅନୁସାରେ ସେନା ଅଧିକାରୀ ୨ କେବିନ୍ ବ୍ୟାଗେଜ୍ ନେଇଯାଉଥିଲେ । ଏହାର ସମୁଦାୟ ଓଜନ ୧୬ କିଲୋ ଥିଲା । ଏହା ୭ କେଜି ସୀମାରୁ ୨ ଗୁଣ ଥିଲା । କ୍ରୁ ମେମ୍ବର ତାଙ୍କୁ ଏନେଇ ସୂଚନା ଦେଲେ । କିନ୍ତୁ ସେ ଅତିରିକ୍ତ ପେମେଣ୍ଟ କରିବାକୁ ମନା କରିଦେଲେ । ଧିରେ ଧିରେ ଏହାକୁ ନେଇ ଯୁକ୍ତି ତର୍କ ଶେଷରେ ସେନା କର୍ମଚାରୀ ବିମାନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଲାଗିଲେ । ଏହା ପରେ ସ୍ପାଇସଜେଟ୍ ନାଗରିକ ଉଡ୍ଡୟନ ମନ୍ତ୍ରାଳୟକୁ ପତ୍ର ଲେଖି ନିଜ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ସୂଚନା ଦେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories