www.samajalive.in
Monday, December 15, 2025
14.1 C
Bhubaneswar

ଡ଼ଙ୍ଗରିଆଙ୍କ ମେଳି, ପୁନର୍ବାର ଗ୍ରାମସଭାକୁ ବିରୋଧ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ନିୟନ୍ତ୍ରିତ ବଜାର ଠାରେ ନିୟମଗିରି ପାହାଡ଼ରେ ଥିବା ସମସ୍ତ ଡ଼ଙ୍ଗରିଆ କନ୍ଧଙ୍କ ମେଳି ହୋଇଥିବା ଦେଖିବାକୁ ମିଳିଛି। ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାଙ୍କ ନେତୃତ୍ୱରେ ନିୟମଗିରି ପାହାଡରେ ଥିବା ୧୧୨ ଖଣ୍ଡ ପଦରର ଦୁଇ ତିନି ଜଣ ଲେଖାଏଁ ଡ଼ଙ୍ଗରିଆ ମାନେ ଏକତ୍ରିତ ହୋଇଥିଲେ। ଏଥିରେ ପ୍ରତ୍ୟେକ ଗ୍ରାମରେ ଜଣେ ଦୁଇ ଜଣଙ୍କୁ ନେଇ କମିଟି ଗଠନ କରାଯାଇଛି। ସେହିମାନଙ୍କ ଦ୍ୱାରା ଗ୍ରାମର ବିକାଶ, କମିଟି ସୁଦୃଢ ଓ ନିୟମଗିରି ସୁରକ୍ଷିତ ରହିବ। ଏହି ସମସ୍ତ ସଦସ୍ୟଙ୍କୁ ନେଇ ଆଜି ନିୟମଗିରି ସୁରକ୍ଷା ଓ ଅଞ୍ଚଳର ବିକାଶ ବିଷୟରେ ଆଲୋଚନା କରାଯାଇଛି।

ଆଗାମୀ ଦିନରେ କିଛି ଦଲାଲ ମାନେ ଲାଞ୍ଜିଗଡ଼, ବିଶ୍ୱନାଥପୁର ଠାରେ ଏକ ସଭାଯାତ୍ରା କରିଥିଲେ। ନିୟମଗିରି ଠାରୁ ଖଣି ଖାନନ ହେଉ ଖଣି ହେଲେ ବିକାଶ ହେବ ଏହି ଅଞ୍ଚଳରେ ଗ୍ରାମ ସଭା ଓ ପଲ୍ଲୀ ସଭା କରାଯାଉ ବୋଲି ଶୋଭାଯାତ୍ରା କରିଥିଲେ।ଏହା ନ ହେବା ପାଇଁ କମିଟିକୁ ମଜବୁତ ଠିକ ହେବ ବୋଲି ନିଷ୍ପତି ନିଆଯାଇଛି। ଯଦି ପୁଣି ଗ୍ରାମସଭା କରାଯାଏ ତେବେ ଲାଞ୍ଜିଗଡ ଠାରେ କମ୍ପାନୀ ରହିବ ନାହିଁ। ତାହାକୁ ଆମେ ପ୍ରତ୍ୟାହାର କରି ପରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନ କରିବୁ। ମରିବୁ ପଛେ ଆମ ଭିଟାମାଟି, ନିୟମଗିରି ଛାଡ଼ିବୁ ନାହିଁ। ସରକାର ବାରମ୍ବାର ଖଣି ଖାନନ ହେବ ବୋଲି କହୁଛନ୍ତି। ନିୟମଗିରି, ସିଜୁମାଳୀ, ଖଣ୍ଡୁଆଳି, ପାପଲାମାଳି ରେ ଆଦିବାସୀ ଡ଼ଙ୍ଗରିଆ ଦଳିତ ମାନେ ରହିଛନ୍ତି। ଆମେ କୁଆଡେ ଯିବୁ ଖଣି ଖନନ ହେବାକୁ ଦେବୁ ନାହିଁ। ଏହି ଠାରେ ଆମେ ରହି ନିୟମଗିରି ପାହାଡ଼ରୁ ଉତ୍ପାଦିତ ଦ୍ରବ୍ୟ ସଂଗ୍ରହ କରି ଆମେ ଜୀବନ ଜୀବିକା ନିର୍ବାହ କରିଥାଉ। ଜୀବନ ଯିବ ପଛେ ଆମେ କମ୍ପାନୀକୁ ହଟାଇବୁ। ସରକାର ଶ୍ରମିକ ମଜୁରୀ ଦିନ ପିଛା ୪୬୦ଟଙ୍କା ଘୋଷଣା କରିଛି। ଯଦି ଏହି ଟଙ୍କା ନିଜ ଅଞ୍ଚଳରେ ମଜୁରୀଆଙ୍କୁ ଦିଆଯିବ ତାହାହେଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ ନାହିଁ। ଆମକୁ ୪୬୦ଟଙ୍କା ଦେଲେ ଆମେ ଠାରେ ରହି ନିଜ ଜୀବନ ନିର୍ବାହ କରିବୁ। ବର୍ତ୍ତମାନ ନିୟମଗିରି ପାହାଡ଼ର କୌଣସି କ୍ଷତି ହୋଇନାହିଁ। ଯଦି ଆଗାମୀ ଦିନରେ ନିୟମଗିରି ପାହାଡରୁ ଖଣ୍ଡିଆ ହେଲେ ଏହି ବେଦାନ୍ତ କମ୍ପାନୀ ରହିବ ନାହିଁ। ଯଦି ନିୟମଗିରି ପାହାଡ଼ ଖଣ୍ଡିଆ ହୁଏ ଡ଼ଙ୍ଗରିଆ କନ୍ଦମାନେ ଲାଞ୍ଜିଗଡ଼ ଠାରେ ଶୋଭାଯାତ୍ରା କରି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାଜରାସ୍ତାକୁ ଓହ୍ଲାଇବୁ। ଯିଏ ଆମକୁ ବିରୋଧ କରିବେ ତାହାକୁ ଆମେ ଛାଡ଼ିବୁ ନାହିଁ ବୋଲି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories