www.samajalive.in
Sunday, December 14, 2025
23.1 C
Bhubaneswar

ହିନ୍ଦୀ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରିୟରଞ୍ଜନ ଭାରତୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ  ସଙ୍ଗୀତ ପାଲାକା ଶ୍ରଦ୍ଧାପୂର୍ଣ୍ଣ ଭାବେ ଅଙ୍ଗ ବସ୍ତ୍ର ପ୍ରଦାନ କରି ମାନପତ୍ର ପ୍ରଦାନ କରିଥିଲେ ।  ସେ ଭଦ୍ରକ ତିହିଡି ସ୍ଥିତ ସନ୍ଥପୁର ଆଦର୍ଶ ବିଦ୍ୟାଳୟକୁ ବଦଳି ହୋଇଯାଇଛି। ସେ ଦୀର୍ଘ ଆଠ ବର୍ଷ ଧରି କଲ୍ୟାଣସିଂହପୁର ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ। ସେ ତାଙ୍କର ଅନନ୍ୟ ଶିକ୍ଷଣ ଶୈଳୀ, ମାନବିକ ମୂଲ୍ୟ ବୋଧ, ଓ ଛାତ୍ରଛାତ୍ରୀଙ୍କ ପ୍ରତି ନିଷ୍ଠାରେ ସଦା ଅଦ୍ୱିତୀୟ ଥିଲେ । ବିଦ୍ୟାଳୟ ପରିବାର ପାଇଁ ଏହା ଜଣେ ସଦସ୍ୟଙ୍କ ଅଭାବ ସମାନ । ସେ ଏଠାରେ କେବଳ ଶିକ୍ଷକ ନୁହେଁ, ବରଂ ଏକ ପ୍ରେରଣା ସ୍ରୋତ, ଆଦର୍ଶ ବ୍ୟକ୍ତିତ୍ୱ ଓ ଶିକ୍ଷାର ଆଦର୍ଶ ଥିଲେ । ବଦଳି ଖବର ପାଇବା ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, କର୍ମକର୍ତ୍ତା, ଅଭିଵାବକ ଓ ଗ୍ରାମବାସୀଙ୍କ ମନରେ ଦୁଃଖର ଛାୟା ଖେଳି ଯାଇଥିଲା । ଭବିଷ୍ୟତର ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ କାମନା କରି ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ତାଙ୍କୁ ବିଦାୟ ଦେଇଥିଲେ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories