କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ନିୟନ୍ତ୍ରଣ ବଜାର କମିଟି ଠାରେ କଂଗ୍ରେସ ଦଳର କମିଟି ଚୟନ କରାଯାଇଛି। ଏଥିରେ କଂଗ୍ରେସ ଦଳର କଲ୍ୟାଣସିଂହପୁର ସଦର ସଭାପତି ଚିନ୍ତାଲୀ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ବିଧାୟକ ପ୍ରତିନିଧି ପ୍ରଶାନ୍ତ ନନ୍ଦ କୌଶଲ୍ୟା, ନିୟମଗିରି ଆବାହକ ଲଦ ଶିକକା, ପୂର୍ବତନ ସରପଞ୍ଚ ବାମ ଶିକକା, ସମିତି ସଭ୍ୟ ବିକାଶ ବାଗ ସମେତ ନିୟମଗିରି ଅଞ୍ଚଳର ଡ଼ଙ୍ଗରିଆ କନ୍ଧ ଓ ଡ଼ମ୍ବ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏଥିରେ ଅଭିମନ୍ୟୁ ଭତ୍ରାଙ୍କୁ ନିୟମଗିରିରେ କଂଗ୍ରେସ ଦଳର ସଭାପତି, ଟୁପା ଶିକକା ଉପସଭାପତି, ସୁବାରାଓ ଟାକିରୀ ସମ୍ପାଦକ ଓ ଗୋବିନ୍ଦ ବାଗ କୋଷାଧ୍ୟକ୍ଷ ଭାବେ ଚୟନ କରିବା ସହ ପାର୍ଶାଲି ପଞ୍ଚାୟତର ୩୨ ଖଣ୍ଡ ଗ୍ରାମର ଜଣେ ଲେଖାଏଁ ସଦସ୍ୟ ଭାବେ ଚୟନ କରିଥିଲେ। ଏଥିରେ ବହୁ ସଂଖ୍ୟାକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।



