www.samajalive.in
Saturday, December 13, 2025
23.1 C
Bhubaneswar

ସୁନାବେଶରେ ଜଗନ୍ନାଥଙ୍କୁ ଦର୍ଶନ କଲେ ହନୁମାନ

ଆଠଗଡ: ଆଠଗଡର ଏକ ନିଆରା ପରମ୍ପରା ଅନୁଯାଇ ବଡ ଏକାଦଶୀରେ ରଥାରୂଢ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଦର୍ଶନ କଲେ ହନୁମାନ। ଏହି ପରମ୍ପରାକୁ ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିରର ପ୍ରତିଷ୍ଠାତା, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପୂର୍ବତନ ସମ୍ପାଦକ ସ୍ୱର୍ଗତ ନିରଞ୍ଜନ ରଥ ବହୁ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ। ଗତ ଜୁନ ୧୯ ତାରିଖରେ ଶ୍ରୀ ରଥଙ୍କର ପରଲୋକ ହୋଇଯାଇଥିଲେ ମଧ୍ୟ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପରମ୍ପରାକୁ ମନ୍ଦିର ପରିଚାଳନା କମିଟି ବଜାୟ ରଖଛନ୍ତି । ରବିବାର ସନ୍ଧ୍ୟାରେ ଶ୍ରୀ ହନୁମାନଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରୂଢ କରାଇ ଏକ ଶୋଭାଯାତ୍ରାରେ ରଥ ନିକଟକୁ ନିଆଯାଇଥିଲା। ସେଠାରେ ଶ୍ରୀ ହନୁମାନଙ୍କୁ ରଥ ଉପରେ ଉପବିଷ୍ଟ ସୁବର୍ଣ୍ଣ ମଣ୍ଡିତ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଦର୍ଶନ କରାଇବା ସହ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା ।

ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନକୁ ଶହ ଶହ ଶ୍ରଦ୍ଧାଳୁ ଦେଖିବା ବେଳେ ଭାବବିହ୍ବଳ ହୋଇପଡିଥିଲେ। ହନୁମାନ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁବାସ ରାଉତ, ମନ୍ଦିର ପୂଜକ ଦେବ ପ୍ରସାଦ ମହାପାତ୍ରଙ୍କ  ସମେତ ଅନ୍ୟ ସମସ୍ତ ସଭ୍ୟ ହନୁମାନଙ୍କ ବିମାନ କାନ୍ଧେଇ ନେବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories