ପୁରୀ : ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି । ୯ଟି ହାଣ୍ଡିରେ ପଣା କରାଯାଇ ଶ୍ରୀଜିଉଙ୍କୁ ଲାଗି ହେବା ପରେ ଅଶରୀରୀଙ୍କ ତୃପ୍ତି ପାଇଁ ହାଣ୍ଡି ଭଙ୍ଗାଗଲା । ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ । ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ସରିବା ପରେ ଅନ୍ୟାନ୍ୟ ନୀତି ହୋଇଥିଲା । ତିନି ରଥରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥିଲା । ରଥ ଉପରେ ଅଧର ହାଣ୍ଡିକୁ ଭାଙ୍ଗିଵା ପରେ ପାର୍ଶ୍ବ ଦେବା ଦେବୀ, ଚଣ୍ଡୀ ଚାମଣ୍ଡା ଓ ଅଶରୀରିମାନେ ଏହି ପଣାକୁ ପାଇଁ ଆତ୍ମ ତୃପ୍ତି ଲାଭ କରିଛନ୍ତି । ଆସନ୍ତାକାଲି ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କ ପହଣ୍ଡି ନୀତି ଅପରାହ୍ନ ୪ଟାରୁ ଆରମ୍ଭ ହେବ ।


