www.samajalive.in
Monday, December 15, 2025
27.1 C
Bhubaneswar

ରେଳ ମୃତ୍ୟୁ: ଚିହ୍ନଟ ଅପେକ୍ଷାରେ ୧୪ ହଜାର ମୃତଦେହ

ଡେସ୍କ: ଗତ ୧୫ ବର୍ଷ ମଧ୍ୟରେ ମୁମ୍ବାଇ ମହାନଗର ଅଞ୍ଚଳରେ ରେଳ ଲାଇନରେ ମୃତ୍ୟୁବରଣ କରିଥିବା ପ୍ରାୟ ଏକ ତୃତୀୟାଂଶ ଲୋକଙ୍କ ମୃତଦେହର କେହି ଦାବିଦାର ନ ଥିବା ଜଣାପଡିଛି। ଏକ ଆରଟିଆଇ ଜବାବରୁ ଏହି ତଥ୍ୟ ଜଣାପଡିଛି। ଉପନଗରୀୟ ନେଟୱାର୍କରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୪୬ ହଜାର ୯୬୯ ଜଣ ପ୍ରାଣ ହରାଇ ଥିବା ବେଳେ ସେଗୁଡିକ ମଧ୍ୟରୁ ୩୧% ଅର୍ଥାତ ୧୪ ହଜାର ୫୧୩ଟି ମୃତଦେହ ଏବେ ମଧ୍ୟ ଚିହ୍ନଟ ନ ହୋଇ ପଡ଼ିରହିଛି । ସରକାରୀ ରେଳବାଇ ପୁଲିସର ପ୍ରୟାସ ସତ୍ତ୍ୱେ ସେମାନଙ୍କୁ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ନିକଟକୁ ଫେରାଇ ଦିଆଯାଇପାରି ନାହିଁ।

ଆରଟିଆଇ ତଥ୍ୟ ଅନୁଯାୟୀ, ୨୦୧୯ ପରଠାରୁ ଦାବି କରାଯାଇନଥିବା ମୃତଦେହ ସଂଖ୍ୟା ବୃଦ୍ଧି ପାଇବା ଆରମ୍ଭ ହୋଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ରେଳ ଦୁର୍ଘଟଣାରେ ପୀଡିତଙ୍କ ପରିଚୟ ଜାଣିବା ଅତ୍ୟନ୍ତ କଷ୍ଟକର। କାରଣ ଅନେକ ସମୟରେ ମୃତଦେହ ଚିହ୍ନଟ ହେବା ପୂର୍ବରୁ ବିକୃତ ହୋଇଯାଏ ଏବଂ ପରିଚୟ ପତ୍ର ମିଳେ ନାହିଁ।

- Advertisement -

ପୂର୍ବରୁ ଶୋଧ ନାମକ ଏକ ୱେବସାଇଟରେ ଅଜଣା ପୀଡିତଙ୍କ ଫଟୋ ସହିତ ସେମାନଙ୍କର ବିବରଣୀ ପ୍ରକାଶ କରାଯାଉଥିଲା ଏବଂ ସେମାନଙ୍କ ପରିବାରକୁ ସେମାନଙ୍କୁ ଖୋଜିବାରେ ସାହାଯ୍ୟ କରାଯାଉଥିଲା। କିନ୍ତୁ ଏହି ପ୍ରକଳ୍ପ ବନ୍ଦ ହୋଇଗଲା।

ସାଧାରଣତଃ ଯେତେବେଳେ ପୀଡିତଙ୍କ ପରିଚୟ ଜଣା ନଥାଏ, ସେତେବେଳେ ମୃତଦେହକୁ ୧୫ ଦିନରୁ ଗୋଟିଏ ମାସ ପାଇଁ ମର୍ଗରେ ରଖାଯାଏ। ପୀଡିତଙ୍କ ଫଟୋକୁ ତାଙ୍କ ପରିବାର ଦ୍ୱାରା ନିଖୋଜ ଅଭିଯୋଗ ପଞ୍ଜିକୃତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ମେଟ୍ରୋପଲିଟାନ ଅଞ୍ଚଳର ପୋଲିସ ଷ୍ଟେସନଗୁଡ଼ିକୁ ପଠାଯାଏ। ଯଦି କେହି ଦାବିଦାର ଆଗକୁ ନଆସନ୍ତି, ତେବେ ମୃତଦେହକୁ ଦାହ କରାଯାଏ କିମ୍ବା କବର ଦିଆଯାଏ । ପୀଡିତଙ୍କ ପରିବାର ପରେ ଖୋଜାଖୋଜି କଲେ ତାଙ୍କ ଫଟୋ ସହିତ ଏକ ପୋଷାକ କିମ୍ବା ପୀଡିତଙ୍କ ବ୍ୟକ୍ତିଗତ ଜିନିଷପତ୍ର ପୋଲିସ ରେକର୍ଡରେ ରଖାଯାଏ।

ସୂଚନା ଅନୁଯାୟୀ, ୨୦୦୨ରୁ ୨୦୨୪ ମଧ୍ୟରେ, ବିଭିନ୍ନ କାରଣରୁ ରେଳ ଲାଇନରେ ୭୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଅଧିକାଂଶ ଟ୍ରାକ୍ ପାର ହେବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories