www.samajalive.in
Wednesday, December 10, 2025
23.1 C
Bhubaneswar

୨୬ରୁ ଅଯୋଧ୍ୟା ମାମଲାର ଶୁଣାଣି

ନୂଆଦିଲ୍ଳୀ : ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‍ ଜମି ବିବାଦ ମାମଲାର ଶୁଣାଣି ଜାନୁଆରୀ ୨୬ରୁ ଆରମ୍ଭ ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ସକାଳ ସାଢେ ୧୦ଟାରୁ ମାମଲାର ଶୁଣାଣି କରିବେ।
ଏହା ପୂର୍ବରୁ ଜାନୁଆରୀ ୧୦ରେ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଏହି ପୀଠରେ ଜଷ୍ଟିସ୍‍ ୟୁୟୁ ଲଳିତଙ୍କ ସମେତ ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଏନ୍‍ଭି ରମଣ, ଜଷ୍ଟିସ୍‍ ଏସ୍‍ଏ ବୋବଡେ, ଜ୍େ‍ଟିସ୍‍ ଡିୱାଇ ଚନ୍ଦ୍ରଚୂଡ଼ ସାମିଲ ଥିଲେ। କୋର୍ଟରେ ଶୁଣାଣି ଆରମ୍ଭ ହେବା ପରେ ସୁନ୍ନି ୱାକଫ ବୋର୍ଡ ଓକିଲ ରାଜୀଭ ଧୱନ ପାଞ୍ଚ ଜଣିଆ ଜଜଙ୍କ ପୀଠରେ ଜଷ୍ଟିସ୍‍ ୟୁୟୁ ଲଳିତଙ୍କ ସାମିଲକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ଜଷ୍ଟିସ୍‍ ୟୁୟୁ ଲଳିତ ଏହି ପୀଠରୁ ନିଜକୁ ଅଲଗା କରିଦେଇଥିଲେ। ବିବାଦ ମଧ୍ୟରେ ଜାନୁଆରୀ ୨୫ରେ ପ୍ରଧାନ ବିଚାରପତି ରଂଜନ ଗୋଗୋଇ ପୀଠର ପୁନର୍ଗଠନ କରିଥିଲେ। ନୂଆ ପୀଠରୁ ଜଷ୍ଟିସ୍‍ ଏନ୍‍ଭି ରମଣଙ୍କୁ ବାଦ୍‍ ଦିଆଯାଇଥିଲା। ଜଷ୍ଟିସ୍‍ ଲଳିତ ଏବଂ ଏନ୍‍ଭି ରମଣଙ୍କ ବଦଳରେ ପୀଠରେ ଜଷ୍ଟିସ୍‍ ଅଶୋକ ଭୂଷଣ, ଜଷ୍ଟିସ୍‍ ଅବଦୁଲ ନଜିରଙ୍କୁ ସାମିଲ କରାଯାଇଥିଲା। ତେବେ ପୀଠର ଜଷ୍ଟିସ୍‍ ଏସ୍‍ଏ ବୋବଡେ ଛୁଟିରେ ଥିବାରୁ ମାମଲାର ଶୁଣାଣି ହୋଇପାରୁନଥିଲା। ଏବେ ବୋବଡେ ଛୁଟିରୁ ଫେରିବା ପରେ ଶୁଣାଣି ପାଇଁ ଫେବୃଆରୀ ୨୬କୁ ତାରିଖ ଧାର୍ଯ୍ୟ କରାଯାଇଛି।
ପ୍ରକାଶଯୋଗ୍ୟ ଯେ ଆହ୍ଲାବାଦ ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୨୦୧୦ ସେପ୍ଟେମ୍ବର ୩୦ରେ ଏହି ମାମଲାର ଶୁଣାଣି କରି ୨:୧ ମତରେ ୨.୭୭ ଏକରର ବିବାଦୀୟ ଜମିକୁ ୩ ପକ୍ଷ ଯଥା ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ। ଆହ୍ଲାବାଦ ହାଇକୋଟଙ୍କ ନିଷ୍ପତ୍ତିକୁ କୌଣସି ପକ୍ଷ ଗ୍ରହଣ କରିନଥିଲେ ଓ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ୨୦୧୧ ମଇ ୯ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‍ ଲଗାଇ ଦେଇଥିଲେ। ୮ ବର୍ଷ ହେଲା ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories