www.samajalive.in
Monday, December 15, 2025
24.1 C
Bhubaneswar

ଇରାନରୁ ଫେରିଲେଣି ୧୧୧୭ ଭାରତୀୟ

ନୂଆଦିଲ୍ଲୀ: ଅପରସେନ ସିନ୍ଧୁ ଅନୁଯାୟୀ ଇରାନରୁ ୪ଟି ପର୍ଯ୍ୟାୟରେ ମୋଟ ୧୧୧୭ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି। ଶୁକ୍ରବାର ରାତି ୧୧ଟା ୩୨ ମିନିଟରେ ପ୍ରଥମ ଦଫାରେ ୨୯୦ ଛାତ୍ରଛାତ୍ରୀ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛନ୍ତି। ଶନିବାର ଦ୍ବିତୀୟ ଓ ତୃତୀୟ ଦଫାରେ ଯଥାକ୍ରମେ ୨୫୬ ଓ ୩୧୦ ଛାତ୍ରଛାତ୍ରୀ ସ୍ବଦେଶ ଫେରିଆସିଥିବା ଜଣାପଡିଛି। ୪ର୍ଥ ଦଫାରେ ୨୮୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ନାଗରିକ ଫେରିଛନ୍ତି।

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ଅବତରଣ କରିବା ପରେ ଏହି ଛାତ୍ରଛାତ୍ରୀମାନନେ ‘ଭାରତ ମାତା କି ଜୟ’ ଏବଂ ‘ହିନ୍ଦୁସ୍ଥାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଅଭିଭାବକମାନେ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି। ଏହି ଛାତ୍ରଛାତ୍ରୀମାନେ ଇରାନର ତେହେରାନସ୍ଥିତ ଇସ୍‌ଲାମିକ ଆଜାଦ ବିଶ୍ବବିଦ୍ୟାଳୟ ଏବଂ ପଶ୍ଚିମ ଆଜରବୈଜାନ ପ୍ରଦେଶସ୍ଥିତ ଉର୍ମିଆ ମେଡିକାଲ ବିଶ୍ବବିଦ୍ୟାଳୟରେ ଏମବିବିଏସ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ (ପ୍ରାୟ ୯୦ ପ୍ରତିଶତ) ଜାମ୍ମୁ-କାଶ୍ମୀର ବାସିନ୍ଦା ବୋଲି ଜଣାପଡିଛି। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିଥିବା ପରିପ୍ରେକ୍ଷୀରେ ଭାରତ ସରକାର ଇରାନରୁ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଆଣୁଛନ୍ତି। ପ୍ରଥମେ ଏହି ଛାତ୍ରଙ୍କୁ ସଡକ ପଥରେ ଆର୍ମେନିଆ ଅଣାଯିବାପରେ ସ୍ବତନ୍ତ୍ର ବିମାନ ଯୋଗେ ସେମାନେ ଭାରତ ଆସିଥିଲେ। ତେବେ ଇରାନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ନିଜର ଆକାଶସୀମାକୁ ଖୋଲା ରଖିଥିବାରୁ ଶୁକ୍ରବାର ଓ ଶନିବାର ଏହି ଛାତ୍ରମାନେ ତେହେରାନରୁ ବିମାନ ଯୋଗେ ଭାରତ ଫେରିଥିବା ଜଣାପଡିଛି।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories