ଭଲ ଜୀବନସାଥୀଟିଏ ପାଇବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

0

ପୁଅ ହୁଅନ୍ତୁ ଅବା ଝିଅ ସମସ୍ତେ ଭଲ ଜୀବନସାଥୀଟିଏ ଚାହିଁଥାଆନ୍ତି। ନିଜ ମନ ପସନ୍ଦର ପୁଅ କିମ୍ବା ଝିଅଟିଏ ମିଳିଗଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ମାତ୍ର ବେଳେବେଳେ ଆମ ପସନ୍ଦ ଭୁଲ ପ୍ରମାଣିତ ହୋଇଥାଏ। ଯଦ୍ବାରା ଆମେ ଭଲ ଜୀବନସାଥୀଟିଏ ପାଇନଥାଆନ୍ତି। ହେଲେ ଆମେ ଜାଣିନଥା’ନ୍ତି ଯେ, ଏହାର ଏକ କାରଣ ବାସ୍ତୁ ଦୋଷ ମଧ୍ୟ ହୋଇଥାଏ। ଯଦି ଏହି ବାସ୍ତୁ ଦୋଷର ସମାଧାନ କରାଯାଏ ତେବେ ସବୁକିଛି ଠିକ୍ ହୋଇଥାଏ ଓ ଆମକୁ ଭଲ ଜୀବନସାଥୀ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଭଲ ଜୀବନସାଥୀଟିଏ ପାଇବା ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ –

– ଯଦି କେହି ବିବାହ ପାଇଁ ଦେଖିବାକୁ ଆସିଥା’ନ୍ତି ତେବେ ଏପରି ବସନ୍ତୁ ଯେପରି ଆପଣଙ୍କ ମୁହଁ ଉତ୍ତର ଦିଗକୁ ରହୁଥିବ।
– ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ କୋଠରୀର କାନ୍ଥରେ ସୁନ୍ଦର ଚିତ୍ର ଲଗାନ୍ତୁ। ହେଲେ ଧ୍ୟାନ ରଖନ୍ତୁ ଯେ କାନ୍ଦୁଥିବା ଶିଶୁ ଏବଂ ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଚିତ୍ର କେବେହେଲେ ବି ଲଗାନ୍ତୁନାହିଁ।
– ଯଦି ପ୍ରେମ ବିବାହ ହେଉଥାଏ ଆଉ ଖରାପ ସ୍ବପ୍ନ ଏବଂ ବିଚାର ଆସୁଥାଏ ତେବେ ଶୋଇବାବେଳେ ତକିଆ ତଳେ ଛୁରୀ ଅଥବା କଇଁଚି ରଖନ୍ତୁ ।
– ଘରର ମୁଖ୍ୟ ଦ୍ବାରରେ ଦର୍ପଣ ଲଗାନ୍ତୁନାହିଁ। ଏହାଦ୍ବାରା ବୈବାହିକ ଜୀବନରେ ଭଲ ଜୀବନ ସାଥୀଟିଏ ମିଳିବା ପୂର୍ବରୁ ହିଁ ଫେରିଯାଇଥା’ନ୍ତି।
– ବିବାହ ସମୟରେ ଅତିଥିମାନଙ୍କର ରହିବା ସ୍ଥାନ ସବୁବେଳେ ପଶ୍ଚିମ ଦିଗରେ ହେବା ଉଚିତ୍।
– ଯଦି ଘରର ମୁଖ୍ୟ ଦ୍ବାର ସମ୍ମୁଖରେ କିଛି ଖୁଣ୍ଟ, ବୃକ୍ଷ, ଖୋଲାଯାଇଥିବା ନାଳ ରହିଥାଏ ତେବେ ଏହା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। କାରଣ ଏସବୁକୁ ନକରାତ୍ମକ ବୋଲି ଧରାଯାଇଥାଏ। ତେଣୁ ବିବାହ ପାଇଁ ପାତ୍ର ଦେଖିବାକୁ ଗଲାବେଳେ କିମ୍ବା ବିବାହ ବିଷୟ କଥା ହେବାକୁ ଗଲାବେଳେ ଏମିତି ସ୍ଥାନରୁ ଦୂରେଇ ରୁହନ୍ତୁ।

Leave A Reply