www.samajalive.in
Sunday, December 14, 2025
14.1 C
Bhubaneswar

କଟକରେ ଝାଡାବାନ୍ତିରେ ୬୪ ଆକ୍ରାନ୍ତ

କଟକ : ଜିଲାରୁ ଜିଲାକୁ ବ୍ୟାପୁଛି ଝାଡାବାନ୍ତି । କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି । ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସମୀକ୍ଷା କରିଛି । ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି । ବାଙ୍କୀ ଘୋଳପୁରରୁ ୪୬, ଟାଙ୍ଗୀରୁ ୧୮ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହାସହ କଟକରେ ମଧ୍ୟ ସ୍ଥିତି ପରଖିବା ପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚିଛନ୍ତି ।

ଯାଜପୁର ଜିଲାରେ ଏବେ ବି ହଇଜା ସ୍ଥିତି ଗମ୍ଭୀର ରହିଛି । ଜିଲାରେ କଲେରା ବ୍ୟାପିଥିବା କେନ୍ଦ୍ରୀୟ ଟିମ୍‌ ସ୍ପଷ୍ଟ କରିଛି । ଜିଲା ପରେ ଜିଲାକୁ ମାଡି ଚାଲିଛି ଝାଡାବାନ୍ତି । ଯାଜପୁରରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬୦ ଜଣ ଚିକିତ୍ସିତ ହେଉଛନ୍ତି ।

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ : ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ବଦଳିବ ସବୁକିଛି, ହେବେ ମାଲାମାଲ୍‌..

- Advertisement -

ଆଧାରକାର୍ଡ ପାଇଁ ବଡ ଖବର : ଏଣିକି ଘରେ ବସି ଆଧାରକାର୍ଡରେ ବଦଳାଇପାରିବେ ମୋବାଇଲ୍‌ ନମ୍ବର, ଆସୁଛି ନୂଆ ଆପ୍‌, ମିଳିବ ଏସବୁ ସୁବିଧା..

ଏହାସହ କଟକ ଷ୍ଟେସନ୍‌ ବଜାର ଅଞ୍ଚଳରେ ବିଭିନ୍ନ ହୋଟେଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ୨ଟି ହୋଟେଲ୍‌କୁ ସ୍ୱାସ୍ଥ୍ୟ ବିଭାଗ ସିଲ୍‌ କରିଛି । ଅପରିଷ୍କାର ଓ ନିମ୍ନମାନ ଖାଦ୍ୟ ନେଇ ଚଢାଉ କରାଯାଉଛି । ଏହାସହ ନିମ୍ନମାନର ପାଣି ଯୋଗୁଁ ମଧ୍ୟ ୨ଟି ହୋଟେଲ ସିଲ୍‌ କରାଯାଇଛି ।

ଦେଖନ୍ତୁ ଭିଡିଓ ; କରୁଥିଲେ ରିଲ୍ସ, ଘୋଡା ଠାରୁ ଖୁବ୍‌ ଜୋର୍‌ରେ ଲାତ ଖାଇଲେ ଯୁବତୀ, ତା’ପରେ..

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories