ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଦେଶର ବହୁ କ୍ଷତି ଘଟୁଛି। ଏହା ମଧ୍ୟରେ ଇସ୍ରାଏଲ ଗୋଟିଏ ଗୋଟିଏ ଟାର୍ଗେଟକୁ ସଫଳ କରି ଆଗକୁ ବଢ଼ିବାରେ ଲାଗିଛି। ଇରାନର ସୁପ୍ରିମ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଡେଣା ଛେଦନ କଲା ଭଳି ଇସ୍ରାଏଲ ତାଙ୍କର ପ୍ରମୁଖ ସହଯୋଗୀଙ୍କୁ ଜଣକ ପର ଜଣକୁ ହତ୍ୟା କରି ଚାଲିଛି। ପ୍ରଥମେ ଇରାନ ସେନା ମୁଖ୍ୟ ଜେନେରାଲ ବଘେରି ଓ କମାଣ୍ଡର ଇନ ଚିଫ ହୋସେନ ସଲାମୀଙ୍କୁ ମାରିବା ପରେ ଏବେ ଦେଶର ୨ୟ ସର୍ବୋଚ୍ଚ ସେନା ଅଧିକାରୀ ତଥା ଖାମେନେଇଙ୍କ ସାମରିକ ପରାମର୍ଶଦାତା ଅଲ୍ଲୀ ଶଦମନୀଙ୍କୁ ନିପାତ କରିଛି। ସୋମବାର ରାତିରେ କେନ୍ଦ୍ରୀୟ ତେହରାନରେ ଶଦମନୀଙ୍କୁ ନିପାତ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜି-୭ ଶିଖର ସମ୍ମିଳନୀରୁ ହଠାତ ସ୍ଵଦେଶ ଫେରିବା ଏବଂ ସମସ୍ତଙ୍କୁ ତେହରାନ ଛାଡ଼ିବାକୁ ପରାମର୍ଶ ଦେବା ପରେ ଇରାନରେ ଆତଙ୍କ ଖେଳିଯାଇଛି। ତେହରାନବାସୀ ସହର ଛାଡ଼ି ଚାଲିଯାଉଛନ୍ତି। ଲୋକେ ଭୟଭୀତ ହୋଇ ସହର ଛାଡ଼ୁଥିବା ଦେଖିବାକୁ ମିଳିଛି। ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ଲୋସେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଉଚିତ ମଣୁଛନ୍ତି।
For the second time in 5 days— the IDF has eliminated Iran’s War-Time Chief of Staff, the regime’s top military commander.
Ali Shadmani, Iran’s senior-most military official and Khamenei’s closest military advisor, was killed in an IAF strike in central Tehran, following precise… pic.twitter.com/Bq6Z49zeCj
— Israel Defense Forces (@IDF) June 17, 2025



