www.samajalive.in
Monday, December 15, 2025
16.1 C
Bhubaneswar

ବିରଳ ମୃତ୍ତିକା ଚୁମ୍ବକ ରପ୍ତାନି ଉପରେ ଚୀନ୍‌ର କଟକଣା, ଭାରତରେ ବୈଦ୍ୟୁତିକ ଯାନ ନିର୍ମାଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ବିରଳ ମୃତ୍ତିକା ଚୁମ୍ବକ ରପ୍ତାନି ଉପରେ ଚୀନ୍‌ର କଟକଣା ବୈଦ୍ୟୁତିକ ଯାନ ନିର୍ମାଣରେ ବାଧା ସୃଷ୍ଟି କରିଛି। ବୈଦ୍ୟୁତିକ ଯାନ ମୋଟର ନିର୍ମାଣରେ ପ୍ରମୁଖ ଉପାଦାନ ହେଉଛି ବିରଳ ମୃତ୍ତିକା ଚୁମ୍ବକ। ବିଶ୍ବରେ ଏହାର ଆବଶ୍ୟକତାର ୯୦ଧ ଚୀନ୍‌ ଉତ୍ପାଦନ କରିଥାଏ। ଚୀନ୍‌ ଏହାର ରପ୍ତାନି ଉପରେ କଟକଣା ଲାଗୁ କରିଥିବାରୁ ଭାରତ ସହ ବିଶ୍ବରେ ଏହାର ଘୋର ଅଭାବ ଦେଖାଦେଇଛି। ଫଳରେ ବୈଦ୍ୟୁତିକ ଯାନ ନିର୍ମାଣ ବାଧାପ୍ରାପ୍ତ ହୋଇଛି।

ପରିବେଶ ସୁରକ୍ଷା ପାଇଁ ପାରମ୍ପରିକ ଇନ୍ଧନ ଛାଡ଼ି ବିଶ୍ବ ଏବେ ବୈଦ୍ୟୁତିକ ଯାନକୁ ଆପଣାଇଥିବାବେଳେ  ଚୀନ୍‌ର ନୂଆ କଟକଣା ଏଥିରେ ବାଧା ଦେଇଛି।  ୨୦୨୪ ଆର୍ଥିକ ବର୍ଷରେ ଭାରତ ଚୀନ୍‌ରୁ ୪୬୦ ଟନ୍‌ ବିରଳ ମୃତ୍ତିକା ଚୁମ୍ବକ ଆମଦାନୀ କରିଥିବାବେଳେ ଚଳିତବର୍ଷ ୭୦୦ ଟନ୍‌ ଆମଦାନୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବୈଦ୍ୟୁତିକ ଯାନର ମୋଟର ନିର୍ମାଣରେ ବିରଳ ମୃତ୍ତିକା ଚୁମ୍ବକ ଆବଶ୍ୟକ ହୋଇଥାଏ। ବୈଶ୍ବିକ ଚାହିଦାର ୯୦ଧ ବିରଳ ମୃତ୍ତିକା ଚୁମ୍ବକ ଚୀନ୍‌ ପୂରଣ କରିଥାଏ। ମାଲେସିଆ, ଭିଏତନାମ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ବିରଳ ମୃତ୍ତିକ ଚୁମ୍ବକ ଉତ୍ତୋଳନ ଏପର‌୍ୟ୍ୟନ୍ତ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଚୀନ୍‌ର ପରିମାଣ କିମ୍ବା ମୂଲ୍ୟ ଦକ୍ଷତା ସହିତ ସମକକ୍ଷ ହୋଇପାରୁ ନାହାନ୍ତି। ତେଣୁ ପ୍ରମୁଖ ତଥା ବିରଳ ମୃତ୍ତିକା ଚୁମ୍ବକ ରପ୍ତାନି ଉପରେ ଚୀନ୍‌ର ନୂଆ କଟକଣା ବୈଦ୍ୟୁତିକ ଯାନ ଶିଳ୍ପ ପାଇଁ ସମସ୍ୟା ବଢ଼ାଇଛି। ଭାରତ ସହ ବିଶ୍ବରେ ଏହି ସମସ୍ୟା ଆଗକୁ ଉତ୍କଟ ହେବାକୁ ଯାଉଛି। କାରଣ ବିଭିନ୍ନ ବୈଦ୍ୟୁତିକ ଯାନ ନିର୍ମାତାଙ୍କ ନିକଟରେ ମହଜୁଦ ଥିବା ବିରଳ ମୃତ୍ତିକା ଚୁମ୍ବକ ଭଣ୍ଡାର ସରିଗଲେ ମୋଟର ଉତ୍ପାଦନ ଗମ୍ଭୀର ଭାବେ ପ୍ରଭାବିତ ହେବ। ବୈଦ୍ୟୁତିକ ଯାନ ନିର୍ମାଣ ହ୍ରାସ ହେବ ଓ ମୂଲ୍ୟ ୮ଧ ପର‌୍ୟ୍ୟନ୍ତ ବୃଦ୍ଧି ହେବା ସମ୍ଭାବନା ରହିଛି। ଏହା ଦ୍ବାରା ବିଶ୍ବ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବ। ଏହି ସଙ୍କଟର ମୁକାବିଲା ପାଇଁ କିଛି ଭାରତୀୟ କମ୍ପାନୀ ସିଧାସଳଖ ଚୀନରୁ ସମ୍ପୂର୍ଣ୍ଣ ଆସେମ୍ବଲ୍ ହୋଇଥିବା ମୋଟର ଆମଦାନୀ କରିବାକୁ ବିଚାର କରୁଛନ୍ତି। ତଥାପି ଏହା ସହଜ ହେବ ନାହିଁ। କାରଣ ଯୋଗାଣ ଶୃଙ୍ଖଳ ପରିବର୍ତ୍ତନ ଏବଂ ଭାରତୀୟ ନିୟାମକ ମାନଦଣ୍ଡ ପାଳନ କରିବା କଷ୍ଟକର ହେବ। ଏହା ବ୍ୟତୀତ ସମ୍ପୂର୍ଣ୍ଣ ନିର୍ମିତ ୟୁନିଟ୍‌କୁ ସ୍ଥାନାନ୍ତରିତ ହେବା ଦ୍ୱାରା ସରକାରଙ୍କ ଉତ୍ପାଦନ-ସଂଯୋଜିତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାରେ ରିଆତି ପାଇଁ କମ୍ପାନୀର ଯୋଗ୍ୟତାକୁ ପ୍ରଭାବିତ କରିପାରେ। ଏପ୍ରିଲ ୪ରେ ଚୀନ୍ ଛଅଟି ଭାରୀ ବିରଳ ମୃତ୍ତିକା ଉପାଦାନ ଏବଂ ବିରଳ ମୃତ୍ତିକା ଚୁମ୍ବକ ଉପରେ ରପ୍ତାନି ନିୟନ୍ତ୍ରଣ ଲାଗୁ କରିଥିଲା। ସମ୍ପୂର୍ଣ୍ଣ ନିଷେଧ ହୋଇ ନ ଥିଲେ ମଧ୍ୟ ନୂତନ ନିୟମ ଅନୁଯାୟୀ କମ୍ପାନୀଗୁଡ଼ିକୁ ଏହି ସାମଗ୍ରୀ ରପ୍ତାନି କରିବା ପୂର୍ବରୁ ଚୀନ୍ ସରକାରଙ୍କ ଅନୁମୋଦନ ନେବାକୁ ପଡିବ, ଯାହା ବିଳମ୍ବ ଏବଂ ଅନିଶ୍ଚିତତା ବଢ଼ାଇବ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories