www.samajalive.in
Sunday, December 14, 2025
26.1 C
Bhubaneswar

ଭାରତରେ ବ୍ରଡ଼ବ୍ୟାଣ୍ଡ ସେବା ପାଇଁ ଷ୍ଟାରଲିଙ୍କକୁ ଅନୁମତି

ନୂଆଦିଲ୍ଲୀ: ଭାରତରେ ବ୍ରଡ଼ବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଷ୍ଟାରଲିଙ୍କକୁ ଅନୁମତି ମିଳିଛି। ବିଶ୍ବର ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ନେତୃତ୍ବାଧୀନ ଷ୍ଟାରଲିଙ୍କ ଭାରତରେ ଉପଗ୍ରହ ମାଧ୍ୟମରେ ବ୍ରଡ଼ବ୍ୟାଣ୍ଡ ଯୋଗାଇବ। ଏଥିପାଇଁ ଷ୍ଟାରଲିଙ୍କକୁ ଗ୍ଲୋବାଲ ମୋବାଇଲ୍ ପର୍ସନାଲ୍ କମ୍ୟୁନିକେସନ୍ ବାଏ ସାଟେଲାଇଟ୍ (ଜିଏମ୍‌ପିସିଏସ୍‌) ଲାଇସେନ୍ସ ମିଳିଛି।

ଭାରତର ଦୂରସଂଚାର ବିଭାଗରୁ ଏହି ସେବା ପ୍ରଦାନ ପାଇଁ ପୂର୍ବରୁ ୟୁଟେଲସାଟ ୱାନୱେବ୍ ଏବଂ ରିଲାଏନ୍ସ ଜିଓକୁ ମଞ୍ଜୁରୀ ମିଳିଥିଲା। ଏହି ଲାଇସେନ୍ସ ପାଇବାରେ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ହୋଇଛି। ୨୦୨୧ରୁ ଷ୍ଟାରଲିଙ୍କ ଭାରତୀୟ ଉପଗ୍ରହ ଯୋଗାଯୋଗ ବଜାରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ତାହା ସଫଳ ହୋଇପାରି ନ ଥିଲା। ଫଳରେ ଷ୍ଟାରଲିଙ୍କ ଗତ ମାର୍ଚ୍ଚରେ ଜିଓ ଓ ଭାରତୀ ଏୟାରଟେଲ ହାତ ଧରି ଭାରତରେ ପ୍ରବେଶ ଉଦ୍ୟମ କରିଥିଲା। ତେବେ ଆବଶ୍ୟକ ଲାଇସେନ୍ସ ମିଳି ନ ଥିଲା। ଉପଗ୍ରହ ଯୋଗାଯୋଗ (ସାଟକମ୍‌) ଡାଟା ଏବଂ ଭଏସ୍‌ ସିଗନାଲ୍‌ଗୁଡ଼ିକୁ ପ୍ରସାରଣ କରିବା ପାଇଁ ଉପଗ୍ରହ ଉପରେ ନିର୍ଭର କରେ। ବିଶେଷକରି ଯେଉଁ ଅଞ୍ଚଳରେ ପାରମ୍ପରିକ ଫାଇବର-ଅପ୍ଟିକ୍‌ କେବୁଲ ବିଛାଇବା ଅସମ୍ଭବ ସେହି ସବୁ ଅଞ୍ଚଳର ପାଇଁ ଏହା ବିଶେଷ ଉପାଦେୟ ହେବ। ଏହା ଗ୍ରାମୀଣ, ପାର୍ବତ୍ୟାଞ୍ଚଳ ଏବଂ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବିଶେଷ ଉପଯୋଗୀ। ଯେଉଁଠାରେ ମୋବାଇଲ ଟାୱାର ବସାଇବା ବ୍ୟୟବହୁଳ ଓ ଅସମ୍ଭବ ପ୍ରାୟ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories