ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ସ୍ଥିତ ପୁଲୱାମା ନିକଟରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ର ମୋଦୀ ଟୁଇଟ କରି ଲେଖିଛନ୍ତି, ‘ସେନାଙ୍କ ବଳିଦାନ ବ୍ୟର୍ଥ ଯିବନି। ଏହାର ଦୃଢ ଯବାବ ଦିଆଯିବ ବୋଲି ମୋଦୀ କହିଛନ୍ତି। ସେ ଆହୁରି କହିଛନ୍ତି, ସହିଦ ପରିବାର ସହ ସମଗ୍ର ଦେଶ ଛିଡା ହୋଇଛି’।
ସୂଚନାଯୋଗ୍ୟ ଯେ ୨୦ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ। ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏ ନେଇ ରାଜନାଥ ସିଂହ ଶୁକ୍ରବାର ଜାମ୍ମୁ-କାଶ୍ମୀର ଗସ୍ତ କରିବେ।
ସେନାଙ୍କ ବଳିଦାନ ବ୍ୟର୍ଥ ଯିବନି : ପ୍ରଧାନମନ୍ତ୍ରୀ
Popular Categories



