www.samajalive.in
Wednesday, December 10, 2025
23.1 C
Bhubaneswar

ପୂଜା ବେଳେ ଏହି ଦିଗ ପ୍ରତି ସଚେତନ ରୁହନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ପୂଜାଘର ଭିନ୍ନ ଭିନ୍ନ ଦିଗ ଓ ସ୍ଥାନରେ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛା ଅନୁଯାୟୀ, ପୂଜା ସ୍ଥଳ କରିଥାଆନ୍ତି। କିନ୍ତୁ ପୂଜା ବେଳେ କିଛି ଅଜାଣତରେ କରୁଥିବା ଭୁଲ ଦ୍ବାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଐଶାନ୍ୟ କୋଣରେ ସର୍ବଦା ପୂଜା ଘର କରିବା ଉଚିତ। ଏହି ଦିଗରେ ପୂଜା ଘର କରିବା ଦ୍ବାରା ପରିବାର ସଦସ୍ୟଙ୍କର ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଘରେ ସକାରାତ୍ମକ ଶକ୍ତି ମଧ୍ୟ ଉତ୍ପନ୍ନ ହୋଇଥାଏ। ଆସନ୍ତୁ ଜାଣିବା ପୂଜା ଘରେ କେଉଁ ଦ୍ରବ୍ୟ ରଖିବା ଉଚିତ।

ଘରର ପୂଜା ସ୍ଥାନରେ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ରଖିବା ଉଚିତ। କିନ୍ତୁ ପୂଜା ସ୍ଥଳରେ ଗଣେଶଙ୍କର ତିନୋଟି ମୂର୍ତ୍ତି ରଖନ୍ତୁ ନାହିଁ। ଏପରି କରିବା ଅଶୁଭ ଅଟେ।

- Advertisement -

ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ଅଟେ। କିନ୍ତୁ ଏକା ପରି ଗୋଟିଏରୁ ଅଧିକ ଶଙ୍ଖ ରଖିବା ଅନୁଚିତ। ଏପରି କରିବା ଦ୍ବାରା ଅଶୁଭ ହୋଇଥାଏ।

ଭଗବାନ ଶିବଙ୍କ ଅନେକ ଭକ୍ତ ନିଜ ଘରେ ଶିବ ଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥାଆନ୍ତି। କିନ୍ତୁ ମାନ୍ୟତା ଅନୁଯାୟୀ, ଘରେ ପୂଜାସ୍ଥାନରେ ଶିବଲିଙ୍ଗ ରଖିବା ଅନୁଚିତ।

ଶାସ୍ତ୍ର ଅନୁଯାୟୀ, ଭାଙ୍ଗି ଯାଇଥିବା ମୂର୍ତ୍ତି ଘରେ ରଖିବା ଅନୁଚିତ। ଯଦି ପୂଜା ଘରେ କୌଣସି ମୂର୍ତ୍ତି ଭାଙ୍ଗି ଯାଇଥାଏ ତେବେ ତାହାକୁ ସଙ୍ଗେ ସଙ୍ଗେ କାଢି ନଦୀରେ ଭସାଇ ଦିଅନ୍ତୁ।

ପୂଜା ବେଳେ ସର୍ବଦା ଫୁଲକୁ ଧୋଇ ଭଗବାନଙ୍କୁ ଅର୍ପଣ କରନ୍ତୁ।

ଏହାସହ ପୂଜା ବେଳେ ଦୀପ ପ୍ରଜ୍ବଳିତ କରିବା ଉଚିତ। ଖଣ୍ଡିତ କିମ୍ବା ଲିଭିଯାଇଥିବା ଦୀପ କେବେ ବି ଜଳାନ୍ତୁ ନାହିଁ।

ପୂଜା ବେଳେ ଶୁଦ୍ଧ ଘିଅ ଓ ସଫା ସଳିତା ବ୍ୟବହାର କରନ୍ତୁ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories