www.samajalive.in
Wednesday, December 10, 2025
16.1 C
Bhubaneswar

ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ନିର୍ବାଚନ କମିଶନଙ୍କ ଟିମ୍‌

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ଲାଗି ଇଲେକ୍ସନ କମିଶନ ଅଫ ଇଣ୍ଡିଆ(ଇସିଆଇ)ର ଏକ ୬ଜଣିଆ ଟିମ୍‌ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ଏହି ଟିମ୍‌ ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୁବନେଶ୍ଵରରେ ଏକ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ କଂଗ୍ରେସ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଫେରାଦ ହୋଇଥିବାବେଳେ ଭାଜପା ରାଜ୍ୟ ସରକାରଙ୍କ ବିରୋଧରେ କେତେକ ପ୍ରସଙ୍ଗ ଉଠାଇଥିଲା। ସେହିପରି ବିଜେଡି କେନ୍ଦ୍ର ସରକାର ଏବଂ ବିଜେପି ବିରୋଧରେ ନିଜର ଆଭିମୁଖ୍ୟ ରଖିଥିଲା। ନରସିଂହ ମିଶ୍ରଙ୍କ ନେତୃତ୍ଵରେ କଂଗ୍ରେସ ପ୍ରତିନିଧିମାନେ କମିଶନଙ୍କ ଟିମ୍‌ ସହ ଆଲୋଚନା କରିଥିବା ବେଳେ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ଵରେ ବିଜେପି ପ୍ରତିନିଧି ଏବଂ ବିଜେଡିର ଅମର ପଟ୍ଟନାୟକ, ସମ୍ବିତ ପାତ୍ରଙ୍କ ନେୃତୃତ୍ଵରେ ଦଳୀୟ ପ୍ରତିନିଧିମାନେ ଆଲୋଚନା କରିଥିଲେ।

ଆଲୋଚନା ପରେ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାର ସରକାରୀ କଳର ଅପବ୍ୟବହାର କରୁଛନ୍ତି ବୋଲି ଆମେ ଟିମ୍‌ଙ୍କୁ ଅବଗତ କରାଇଛୁ। ସେହିପରି ଇଭିଏମ୍‌ ଏବଂ ଭିଭିପିଏଟି ବିଷୟରେ ଭୋଟରଙ୍କୁ ଅବଗତ କରାଇବା ଏବଂ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟ ସରକାର  ସରକାରୀ କଳର ଅପବ୍ୟବହାର କରିବା ସହ ବିଜୁ ଯୁବ ବାହିନୀ ବିଜୁ ଗୁଣ୍ଡା ବାହିନୀରେ ପରିଣତ ହୋଇଥିବା କମିଶନଙ୍କ ଟିମକୁ ଜଣାଇଛୁ। ରାଜ୍ୟରେ ଦେଖାଦେଉଥିବା ରାଜନୈତିକ ହିଂସା ଏବଂ ସମ୍ବେଦନଶୀଳ ବୁଥଗୁଡ଼ିକ ସମ୍ପର୍କରେ କହିଛୁ। ଅନ୍ୟପଟେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ବିଜେପୁର ଉପନିର୍ବାଚନ ବେଳେ ବିଜେପିର ହିଂସାକାଣ୍ଡ କଥା ଉଠାଇଥିଲୁ। ବିଜେପିର ହିଂସାକାଣ୍ଡ ରୋକିବାକୁ ଇସିଆଇଙ୍କୁ ପ୍ରସ୍ତାବ ଦେଇଛୁ। ସେହିପରି ପେଟ୍ରୋଲ ପମ୍ପରେ ଟଙ୍କା ହୋର୍ଡିଂ ରୋକିବାକୁ କୁହାଯାଇଛି। ସାମ୍ପ୍ରଦାୟିକ ଉତ୍ତେଜନାପ୍ରବଣ ଜାଗା ଚିହ୍ନଟ ପାଇଁ ଅବଗତ କରାଯାଇଛି ବୋଲି ଅମର କହିଛନ୍ତି। କମିଶନଙ୍କ ଟିମ୍‌ ଶୁକ୍ରବାର ପୋଲିସ ଏବଂ ପ୍ରଶାସନ ସହିତ ନିର୍ବାଚନ ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ସମୀକ୍ଷା କରିବେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories