www.samajalive.in
Wednesday, December 10, 2025
23.1 C
Bhubaneswar

ରାଶି ଅନୁଯାୟୀ ସୁଗନ୍ଧର ବ୍ୟବହାର

ସୁଗନ୍ଧ ଦ୍ବାରା ଆପଣଙ୍କ ପରିବାରରୁ ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସୁଗନ୍ଧର ପ୍ରଭାବ ଆମ ଶରୀରର ଶକ୍ତି ଉପରେ ମଧ୍ୟ ପଡିଥାଏ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ପ୍ରତିଦିନ ସୁଗନ୍ଧ ବ୍ୟବହାର କରିବା ଉଚିତ। ଆସନ୍ତୁ ଜାଣିବା ସୁଗନ୍ଧର ବ୍ୟବହାର କିପରି କରିବା ..

ସୁଗନ୍ଧର ଆମ ଜୀବନରେ ମହତ୍ତ୍ବ :

- Advertisement -

ମାନବ ଜୀବନ ନିଜ ମନ ସହ ପ୍ରଭାବିତ ଅଟେ। ଏବଂ ମନ ମୁଖ୍ୟ ରୂପେ ଶରୀରରେ ଥିବା ଚକ୍ର ଦ୍ବାରା ପ୍ରଭାବିତ ହୋଇଥାଏ। ମନୁଷ୍ୟ ଶରୀରରେ ୭ଟି ଚକ୍ର ରହିଛି।

ଦୁନିଆରେ ତିନୋଟି ଏପରି ଜିନିଷ ରହିଛି ଯାହା ଶରୀରରେ ଥିବା ଚକ୍ର ସହ ସମ୍ବନ୍ଧିତ ଅଟେ। ଯଥା – ରଙ୍ଗ, ସୁଗନ୍ଧ ଓ ଶବ୍ଦ

ପ୍ରତ୍ୟେକ ମନୁଷ୍ୟର ମନର ସ୍ଥିତି ଅଲଗା ଅଲଗା ରହିଥାଏ। ମନର ଅବସ୍ଥା ଅନୁଯାୟୀ ସୁଗନ୍ଧ ବ୍ୟବହାର କରିବା ଦ୍ବାରା ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।

ସୁଗନ୍ଧର ସଠିକ ବ୍ୟବହାର ଦ୍ବାରା ମନରେ ଏକାଗ୍ରତା ବୃଦ୍ଧି ପାଇଥାଏ। ସ୍ନାୟୁ ତନ୍ତ୍ର ଓ ଅବସାଦ ପରି ସମସ୍ୟା ଦୂର ହୋଇଥାଏ।

ସୁଗନ୍ଧ ଆମର କାର୍ଯ୍ୟ କରିବା ଓ ବିଚାର କରିବା କ୍ଷମତା ଉପରେ ପ୍ରଭାବ ପକାଇଥାଏ। ତେଣୁ ଯେକୌଣସି ପୂଜା ଓ ଉପାସନା କାର୍ଯ୍ୟ କରିବା ବେଳେ ସୁଗନ୍ଧିତ ଧୂପର ବହୁଳ ବ୍ୟବହାର କରାଯାଇଥାଏ।

ରାଶି ଅନୁସାରେ ସୁଗନ୍ଧର ବ୍ୟବହାର :

କୌଣସି ଗ୍ରହର ପ୍ରଭାବରେ ଆପଣଙ୍କ ଜୀବନରେ ଯଦି କିଛି ଅସୁବିଧାର ସମ୍ମୁଖୀନ ହେଉଥାଆନ୍ତି ତେବେ ଅଲଗା ଅଲଗା ସୁଗନ୍ଧର ବ୍ୟବହାର କରିପାରିବେ। ଏହାର ପ୍ରଭାବରେ ଗ୍ରହନକ୍ଷତ୍ରମାନଙ୍କର କୁପ୍ରଭାବରୁ ଆପଣ ରକ୍ଷା ପାଇପାରିବେ।

ସୂର୍ଯ୍ୟଙ୍କ କୁପ୍ରଭାବ ଯଦି ଆପଣଙ୍କ ଜନ୍ମଜାତରେ ରହିଥିବ ତେବେ ସେଥିରୁ ରକ୍ଷା ପାଇବା ପାଇଁ ଗୋଲାପ କିମ୍ବା କେସରର ସୁଗନ୍ଧ ବ୍ୟବହାର କରିବା ଉଚିତ।

ଚନ୍ଦ୍ରଙ୍କ କୁପ୍ରଭାବରୁ ବର୍ତ୍ତିବା ପାଇଁ ମଲ୍ଲୀ ଫୁଲର ସୁଗନ୍ଧ ବ୍ୟବହାର କରିବା ଉଚିତ।

ମଙ୍ଗଳ ଗ୍ରହଙ୍କ କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଲାଲ ଚନ୍ଦନର ଅତର ଓ ଗୋଲାପର ଅତର ବ୍ୟବହାର କରନ୍ତୁ।

ବୁଧ ଗ୍ରହଙ୍କ କୁଦୃଷ୍ଟିର ବର୍ତ୍ତିବା ପାଇଁ ଚମ୍ପା ଫୁଲର ଅତର ବ୍ୟବହାର କରନ୍ତୁ। ବୁଧ ଗ୍ରହଙ୍କ କୃପା ଲାଭ କରିବା ପାଇଁ ସୁଗନ୍ଧକୁ ନିୟମିତ ରୂପେ ବ୍ୟବହାର କରନ୍ତୁ।

ଶୁକ୍ର ଗ୍ରହଙ୍କ ଶୁଭ ଦୃଷ୍ଟି ପାଇବା ପାଇଁ ଧଳା ଫୁଲ, ଧଳା ଚନ୍ଦନ ଓ କର୍ପୂରର ବ୍ୟବହାର କରିବା ଉଚିତ। ଏହାସହ କର୍ପୂର ଘରେ ଜଳାଇବା ଦ୍ବାରା ତାର ସୁଗନ୍ଧ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ସୁଗନ୍ଧ ବ୍ୟବହାର କରିବାର ନିୟମ :

ସର୍ବଦା ପ୍ରାକୃତିକ ଓ ଫୁଲର ସୁଗନ୍ଧ ବ୍ୟବହାର କରିବା ଉଚିତ। କାରଣ ଏହାଦ୍ବାରା ମନ ଉପରେ କୌଣସି କୁପ୍ରଭାବ ପଡିନଥାଏ।

ନିଜର ପଢା ଘର, କାର୍ଯ୍ୟାଳୟ ତଥା ପୂଜା ସ୍ଥାନରେ ସର୍ବଦା ସୁଗନ୍ଧ ବ୍ୟବହାର କରିବା ଉଚିତ। ଏହାଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

ଯଦି ଆପଣ ଶରୀରରେ ଅତରର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ କହୁଣି, ବେକ ଓ ନାଭିରେ ଲଗାନ୍ତୁ।

ଜଳରେ ସୁଗନ୍ଧ ପକାଇ ସ୍ନାନ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଗୋଲାପ ଓ ଚନ୍ଦନର ବ୍ୟବହାର ଗାଧୋଇବା ବେଳେ କରିପାରିବେ।

ବିଦ୍ୟାର୍ଥୀ ଓ ଅବିବାହିତ ବ୍ୟକ୍ତିମାନେ କେବଳ ଚନ୍ଦନର ସୁଗନ୍ଧର ବ୍ୟବହାର କରିବା ଉଚିତ।

ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସୁଗନ୍ଧର ବ୍ୟବହାର :

ଏକାଗ୍ରତା ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ଷେତ୍ରରେ ଚନ୍ଦନର ଧୂପ ଲଗାନ୍ତୁ।

ମାନସିକ ଚିନ୍ତା ଦୂର କରିବା ପାଇଁ ସ୍ନାନ କରିବା ପରେ ଚନ୍ଦନର ସୁଗନ୍ଧ ବ୍ୟବହାର କରନ୍ତୁ।

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗୋଲାପର ସୁଗନ୍ଧ ବ୍ୟବହାର କରନ୍ତୁ।

ଦୈବିକ କାର୍ଯ୍ୟ ପାଇଁ ଝୁଣାର ସୁଗନ୍ଧ ବ୍ୟବହାର କରନ୍ତୁ।

 

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories