ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯତ୍ନଶୀଳ ହେବେ। ଜଗିରଖି ଚଳିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ପ୍ରତିଷ୍ଠାଯୁକ୍ତ ହେବେ। ଦାମ୍ପତ୍ୟରେ ଆନନ୍ଦପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରିବା ସହ ବସ୍ତ୍ର ଦାନ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଚାହୁଁଥିବା ଦିଗରୁ ଅର୍ଥଲାଭ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶତ୍ରୁ ଦ୍ବାରା ପରାଭୂତ ହୋଇପାରନ୍ତି। ଧୈର୍ଯ୍ୟବାନ୍ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ : ରବିବାର ଓ ସୋମବାର କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ନୂତନ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପାରିବାରିକ ଆନନ୍ଦ ଲାଭ ହେବ। ଶୁକ୍ରବାର ଓ ଶନିବାର ସର୍ଜନଶୀଳ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସାବଧାନତା ଅବଲମ୍ବନୀୟ। ସାମାନ୍ୟ ତ୍ରୁଟି ଆପଣଙ୍କୁ ଅସୁବିଧାରେ ପକାଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟରେ ପରିବର୍ତ୍ତନ ଆସିବ। କର୍ମ ଅନୁସାରେ ଫଳପ୍ରାପ୍ତ କରିବେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ନୂତନ କର୍ମ ଆରମ୍ଭ ପାଇଁ ଯୋଜନା କରିବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ପ୍ରେମରେ ସଫଳତା ଲାଭ କରିବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ଦେଇ ଗତି କରିବ। ପଡ଼ୋଶୀଙ୍କ ସହ କଳହ ହୋଇପାରେ। ଶୁକ୍ରବାର ଓ ଶନିବାର ଭାଗ୍ୟବାଦୀ ହେବେ। ଅଟକିଥିବା କାର୍ଯ୍ୟ ସାରିବାକୁ ଚେଷ୍ଟା କରିବେ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ଯୋଜନା ଅନୁସାରେ କାର୍ଯ୍ୟକରି ଶତ୍ରୁକୁ ପରାସ୍ତ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ଅନଟନ ଦୂରୀଭୂତ ହେବ। ପାରିବାରିକ ଆନନ୍ଦ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଛି। କୌଣସି କାର୍ଯ୍ୟ କରିବା ପୂର୍ବରୁ ବାରମ୍ବାର ଚିନ୍ତନ କରନ୍ତୁ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶ ପୂଜା କରନ୍ତୁ।
ତୁଳା: ରବିବାର ଶ୍ରୀ ଯୁକ୍ତ ହେବେ। ନୂତନ କାର୍ଯ୍ୟରେ ଯୋଗଦେବେ। ସୋମବାର ଓ ମଙ୍ଗଳବାର ଭାବିଚିନ୍ତି କାର୍ଯ୍ୟ କରିବେ ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେବ। ବୁଧବାର ଓ ଗୁରୁବାର ସନ୍ତାନମାନଙ୍କ କ୍ୟାରିୟରକୁ ନେଇ ଯତ୍ନବାନ ହେବେ। ଶୁକ୍ରବାର ଓ ଶନିବାର ଆଘାତପ୍ରାପ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବ ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। ସନ୍ତାନମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ସଫଳତା ଲାଭ କରିବେ। ସୁସମ୍ବାଦ ମିଳିପାରେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ଆର୍ଥିକ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁଙ୍କ ଆଗମନ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହଂ ପବନନନ୍ଦନାୟ ସ୍ବାହା ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ବନ୍ଧୁ ଦର୍ଶନରେ ଆନନ୍ଦପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ଆର୍ଥିକ ଅନିୟମିତତା ଦେଖାଦେବ। ପାରିବାରିକ କଳହ ଦେଖାଦେବ। ବୁଧବାର ଓ ଗୁରୁବାର କାର୍ଯ୍ୟରେ ସଫଳତା ଲାଭ କରିବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ନୂତନ ବନ୍ଧୁ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସଫଳତା ଲାଭ କରିବେ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ବୁଧବାର ଓ ଗୁରୁବାର ସାବଧାନତା ଅବଲମ୍ବନ କରନ୍ତୁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ପ୍ରତିଷ୍ଠାଯୁକ୍ତ ହେବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସର୍ଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ ସହସ୍ର ନାମ ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର ସମୟ ଆନନ୍ଦରେ କଟାଇବେ। ଦୂରଦେଶକୁ ଯାତ୍ରା କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ ସମସ୍ୟା ଦୂର ହେବ। ଭ୍ରମଣପ୍ରିୟ ହେବେ। ଅର୍ଥପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଅଶାନ୍ତ ଚିତ୍ତ ହେବେ। ମାନସିକ ଅବସାଦ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀରାମ ସହସ୍ର ନାମ ପାଠ କରନ୍ତୁ।
ମୀନ: ରବିବାର ଅସୁବିଧାରେ ପଡ଼ିପାରନ୍ତି। ପଡ଼ୋଶୀଙ୍କ ସହିତ କଳହ ଦେଖାଦେବ। ସୋମବାର ଓ ମଙ୍ଗଳବାର ବନ୍ଧୁଙ୍କ ଗହଣରେ ସମୟ ଅତିବାହିତ ହେବ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ବୁଧବାର ଓ ଗୁରୁବାର ନୂତନ ଦ୍ରବ୍ୟ କ୍ରୟ କରିବେ। ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ ମନ୍ତ୍ର ପାଠ କରନ୍ତୁ।
ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ
Popular Categories



