www.samajalive.in
Monday, December 15, 2025
16.1 C
Bhubaneswar

ଭେଡେନ ନଦୀର ଲଇଡା ଦରହରୁ ବେଆଇନ୍ ବାଲି ଚାଲାଣ: ଖଣି ବିଭାଗ ନୀରବ ଦ୍ରଷ୍ଟା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଏବଂ କୁଚିଣ୍ଡା ବ୍ଲକ ସୀମାନ୍ତ ଦେଇ ପ୍ରବାହିତ ଭେଡେନ ନଦୀର ଲଇଡା ଦରହରୁ ଗତ କିଛି ଦିନ ବେଆଇନ ଭାବରେ ବେଧଡ଼କରେ ବାଲି ଉତ୍ତୋଳନ ଓ ପରିବହନ ହେଉଥିବାର ଦେଖିବାକୁ ମିଲୁଛି। ଏ ସଂକ୍ରାନ୍ତରେ ନଦୀ ତଟବର୍ତ୍ତି ଅଞ୍ଚଳର ସଚେତନ ନାଗରିକ ଖଣି ବିଭାଗ ଅଧିକାରୀଙ୍କୁ ଟେଳିଫୋନ ମାଧ୍ୟମ ରେ ସୂଚନା ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଭେଡେନର ଲଇଡା ଦରହ କୁଚିଣ୍ଡା ଓ କତରବଗା ଥାନା ସୀମାନ୍ତରେ ଅଛି। ନଦୀ ତଟର ମାଟି କାଟି ନଦୀ ପଠାକୁ ରାସ୍ତା ନିର୍ମାଣ କରି ଭୋରରୁ ବେଧଡ଼କରେ ବାଲି ଉତ୍ତୋଳନ କରାଯାଇ ଟ୍ରାକ୍ଟରରେ ଚୋରାଚାଲାଣ ହେଉଛି ବୋଲି ନଦୀ ତଟବର୍ତ୍ତି ଅଞ୍ଚଳର ସଚେତନ ନାଗରିକଙ୍କ ଠାରୁ ସୂଚନା ମିଳିଛି ।
ବିଗତ ଦିନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଉପରେ ଜୋରଦାର ଚଡଉ କରାଯାଇ ଧରପଗଡ ହୋଇଥିଲା। କିନ୍ତୁ ଭେଡେନ ନଦୀର ଲଇଡା ଦରହରୁ ନିୟମିତ ବ୍ୟବଧାନ ରେ ବ୍ୟବସାୟିକ ଭିତ୍ତିରେ ବାଲି ଚୋରାଚାଲାଣ ହେଉଥିଲେ ମଧ୍ୟ ପୁଲିସ କିମ୍ବା ଖଣି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଚର୍ଚ୍ଚାର ବିଷୟ ହୋଇଛି।

ଦୀର୍ଘ ବର୍ଷ ପରେ ଅକ୍ଷୟ ତୃତୀୟାରେ ଲକ୍ଷ୍ମୀ-ନାରାୟଣ ରାଜଯୋଗ: ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, କିଣିବେ ଭୂମି, ବଢିବ ଦରମା..

- Advertisement -

ଦେଖନ୍ତୁ ଛାତିଥରା ଭିଡିଓ ; ଚଳନ୍ତା ବାଇକ୍‌ରେ ଯୁବକଙ୍କୁ ହୃଦଘାତ, ମାତ୍ର କିଛି ସେକେଣ୍ଡରେ ଚାଲିଗଲା ଜୀବନ

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories