www.samajalive.in
Sunday, December 14, 2025
19.1 C
Bhubaneswar

ଆଇପିଏଲ୍‌ ମହାସମର: ଆଜି  ଦିଲ୍ଲୀ କ୍ୟାପିଟାଲ୍ସ- ରାଜସ୍ଥାନ ରୟାଲ୍ସ ଟକ୍କର

ଦିଲ୍ଲୀ  :ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) -୨୦୨୫ର ଆଜି ୩୨ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଉଦ୍ୟମ କରିବେ।
ଅକ୍ଷର ପଟେଲଙ୍କ ନେତୃତ୍ବାଧିନ ଦିଲ୍ଲୀ କ୍ୟାପିଟାଲ୍‌ସ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ ପ୍ରଥମ ୪ଟି ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ​ଶେଷ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିଲା। ବ୍ୟାଟିଂରେ ଲୋକେଶ ରାହୁଲ ଚମତ୍କାର ଫର୍ମରେ ରହିଥିବାବେଳେ ଫାଫ ଡୁପ୍ଳେସି, ଜ୍ୟାକ ଫ୍ରେଜର ମ୍ୟାକଗ୍ରୁକ, ତ୍ରିଷ୍ଟାନ ଷ୍ଟବ୍‌ସ ଓ ଆଶୁତୋଷ ଶର୍ମା ମଧ୍ୟ ରନ କରୁଛନ୍ତି। ମୁମ୍ବଇ ବିପକ୍ଷରେ ଦଳ ମଧ୍ୟ ଭାଗ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲା। ବୋଲିଂରେ ମିଚେଲ ​‌ଷ୍ଟାର୍କ, ଦିମୁତ ଚାମିରା. ଅକ୍ଷର ପଟେଲ ଓ କୁଳଦୀପ ଯାଦବ ସ୍ଥିର ପ୍ରଦର୍ଶନ କରୁଛନ୍ତି। ଉଭୟ କ୍ଷେତ୍ରକୁ ଦେଖିଲେ ଦିଲ୍ଲୀ ମୋଟ ଉପରେ ସ୍ଥିର ପ୍ରଦର୍ଶନ କରୁଛି। ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଦଳ ବିଜୟ ଧାରାକୁ ଫେରିବା ନେଇ ନିଶ୍ଚିତ ଉଦ୍ୟମ କରିବ।
ସେହିପରି ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରୁଛି। ସାମସନ ଓ ସିମରନ ହେତମେୟାର ଏପର୍ଯ୍ୟନ୍ତ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ନୀତିଶ ରାଣା ମଧ୍ୟ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଯଶସ୍ବୀ ଜୟସୱାଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୭୫ରନର ଇନିଂସ ଖେଳି ଫର୍ମକୁ ଫେରିଛନ୍ତି। ଧ୍ରୁବ ଜୁରେଲ ଓ ରିୟାନ ପରାଗ ମଧ୍ୟଭାଗରେ ରନ କରିବାକୁ ସଂଘର୍ଷ କରୁଛନ୍ତି। ଦଳକୁ ବ୍ୟାଟିଂ ବିଭାଗ ସୁଧାରିବାକୁ ପଡ଼ିବ।
ବୋଲିଂରେ ଜେଫ୍ରା ଆର୍ଚର, ତୁଷାର ଦେଶପାଣ୍ଡେ,ସନ୍ଦୀପ ଶର୍ମା, ମ​‌େ​‌ହଶ ତୀକ୍ଷଣା ଓ ୱାନିନ୍ଦୁ ହାସରଙ୍ଗା ରହିଛନ୍ତି। ଆର୍ଚରଙ୍କ ଛଡ଼ା ଅନ୍ୟ କୌଣସି ବୋଲର ଏପର୍ଯ୍ୟନ୍ତ ସେଭଳି ଉଲ୍ଲେଖନୀୟ ସଫଳତା ହାସଲ କରିପାରିନାହାନ୍ତି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ରୟାଲ୍‌ସ ୩ଟି ଓ ଦିଲ୍ଲୀ କ୍ୟାପିଟାଲ୍‌ସ ୨ଟି ମ୍ୟାଚରେ ବିଜୟୀ ହୋଇଛି। ଚଳିତ ଆଇପିଏଲରେ ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ଅପେକ୍ଷା ଦିଲ୍ଲୀର ପ୍ରଦର୍ଶନ ଭଲ ରହିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories