www.samajalive.in
Monday, December 15, 2025
27.1 C
Bhubaneswar

ଇ-ମେଲ୍ ଜରିଆରେ ଆମେରିକା ଛାଡି ଚାଲିଯିବାକୁ ନିର୍ଦେଶ, ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ରୁଜୁ

ୱାଶିଂଟନ : : ଛାତ୍ର ଭିସାରେ ଆମେରିକା ଯାଇ ସଠାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିବା ବିଦେଶୀ ଛାତ୍ରଙ୍କ ଭିସା ରଦ୍ଦ କରି ସ୍ବଦେଶ ପଠାଇବା ପ୍ରକ୍ରିୟା ଟ୍ରମ୍ପ ପ୍ରଶାସନ ଜାରି ରଖିଛି। ବିଭିନ୍ନ ଆଳ ଦେଖାଇ ବିଦେଶୀ ଛାତ୍ରଙ୍କ ଭିସା ରଦ୍ଦ କରାଯାଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ବିଶ୍ବବିଦ୍ୟାଳୟ ପରିସରରେ କୌଣସି ଧାରଣାରେ ସାମିଲ ହେବା, ଟ୍ରାଫିକ ନିୟମ ଭଙ୍ଗ କରିବା ଆଦି ଅଭିଯୋଗରେ ଛାତ୍ର ଭିସା ରଦ୍ଦ କରାଯାଉଛି। ସେଭଳି ଛାତ୍ରଙ୍କୁ ତୁରନ୍ତ ଆମେରିକା ଛାଡ଼ି ଚାଲି ଯିବାକୁ ଇ-ମେଲ୍ ଜରିଆରେ ନିର୍ଦେଶ ଦିଆଯାଉଛି।

ଟ୍ରମ୍ପ ପ୍ରଶାସନର ଏପରି କାର୍ଯ୍ୟ ବିରୋଧରେ ୱେନ ବିଶ୍ବବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ର ଚିନ୍ମୟ ଦେଓ ସ୍ଥାନୀୟ ଏକ ଅଦାଲତରେ ମାମଲା ସ୍ଥାନ ରୁଜୁ କରିଛନ୍ତି । ତାଙ୍କ ସହ ଚୀନର ଦୁଇ ଓ ନେପାଳ ନେପାଳର ଜଣେ ଛାତ୍ର ଆମେରିକାର ସୁରକ୍ଷା ସଂସ୍ଥା ଓ ଦେଶାଟନ ବିଭାଗ ଅଧିକାରୀଙ୍କ ବିରୋଧରେ ଆଇନର ଆଶ୍ରୟ ନେଇଥିବା ଜଣାପଡ଼ିଛି। ଏହି ଛାତ୍ରମାନଙ୍କ ତରଫରୁ ଆମେରିକାନ୍ ସିଭିଲ ଲିବର୍ଟିଜ୍ ୟୁନିୟନ ସଂସ୍ଥା ମିଚିଗାନ ଜିଲା ଅଦାଲତରେ ଏହି ମାମଲା ରୁଜୁ କରିଛି।

- Advertisement -

ଟ୍ରମ୍ପ ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ଛାତ୍ର ଭିସା ରଦ୍ଦ କରିବା ସହ ଆମେରିକା ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଥିବା ଛାତ୍ରମାନେ ଅଭିଯୋଗ ଆଣିଛନ୍ତି। ସେମାନେ କୌଣସି ପ୍ରକାର ଆଇନ ଭଙ୍ଗ କରିନଥିବା ସହ ବିଶ୍ବବିଦ୍ୟାଳୟର ପରିସରରେ ଆୟୋଜିତ କୌଣସି ପ୍ରକାର ରାଜନୈତିକ ସମାବେଶରେ ଯୋଗ ଦେଇନଥିଲେ। ଟ୍ରମ୍ପ ପ୍ରଶାସନ ସେମାନଙ୍କ ଭିସା ରଦ୍ଦ କରିବା ବେଆଇନ ବୋଲି ଛାତ୍ରମାନଙ୍କ ତରଫରୁ ଦର୍ଶାଯାଇଛି। ଏଥିସହ ଅଦାଲତ ସେମାନଙ୍କ ଛାତ୍ର ଭିସା କାଏମ ରଖିବାକୁ ଟ୍ରମ୍ପ ପ୍ରଶାସନକୁ ନିର୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories