www.samajalive.in
Sunday, December 14, 2025
19.1 C
Bhubaneswar

ବ୍ୟକ୍ତିଙ୍କୁ ରାତାରାତି କୋଟିପତି କଲା ଅଳିଆରେ ପଡିଥିବା ପାସ୍‌ବୁକ୍‌

ନୂଆଦିଲ୍ଲୀ : ଅନେକ ସମୟରେ ହଠାତ୍‌ ଭାଗ୍ୟ ବଦଳି ବ୍ୟକ୍ତି କୋଟିପତି ହୋଇଯାନ୍ତି। ଏଭଳି କି ଅଳିଆ ଭାବେ ପଡିଥିବା ଜିନିଷ ମଧ୍ୟ ଭାଗ୍ୟ ଚୁଟକିରେ ବଦଳାଇ ଦିଏ। ଏମିତି ହିଁ ଘଟିଛି ଚିଲିର ଏକ୍ସେକିଲ୍‌ ହିନୋଜୋସା ନାମକ ଜଣେ ବ୍ୟକ୍ତିଙ୍କ ସହ । ଘରେ ଅଳିଆରେ ପଡିଥିବା ତାଙ୍କ ବାପାଙ୍କ ପାସ୍‌ବୁକ୍‌ ତାଙ୍କ ଭାଗ୍ୟ ବଦଳାଇ କୋଟିପତି କରି ଦେଇଛି । ପାସ୍‌ବୁକ୍‌ଟି ୬୨ ବର୍ଷ ପୁରୁଣା ।

ହିନୋଜୋସାଙ୍କ ବାପାଙ୍କ ୧୯୬୦-୭୦ ଦଶକରେ ଏକ ବ୍ୟାଙ୍କରେ ପ୍ରାୟ ୧.୪୦ ଲକ୍ଷ ଟଙ୍କା ଜମା ରଖିଥିଲେ। ସେହି ସମୟରେ ଏହି ଟଙ୍କାର ମୂଲ୍ୟ ଖୁବ୍‌ ବେଶି। ମାତ୍ର କିଛି ଦିନ ପରେ ହିନୋଜୋସା ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାର ସଦସ୍ୟ ଟଙ୍କା ବିଷୟରେ କିଛି ମଧ୍ୟ ଜାଣି ନଥିଲେ। କିଛି ବର୍ଷ ପରେ ଘରେ ଥିବା ଅଳିଆ ସଫା କରୁ କରୁ ହିନୋଜୋସା ଏହି ପାସ୍‌ବୁକ୍‌ ପାଇଥିଲେ। ପାସ୍‌ବୁକ୍‌ରେ ବ୍ୟାଙ୍କର ନାଁ ଦେଖି ଭାବିଲେ ଏହା ତାଙ୍କର କୌଣସି କାମରେ ଆସିବ ନାହିଁ। କାରଣ ସେହି ବ୍ୟାଙ୍କ ବନ୍ଦ ହୋଇଯାଇଥିଲା।

- Advertisement -

ମାତ୍ର ପାସ୍‌ବୁକ୍‌ରେ ଥିବା ଗୋଟିଏ ଲେଖା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ସେଥିରେ ଲେଖାଥିଲା ‘State Guaranteed’ । ଅର୍ଥାତ୍‌ ବ୍ୟାଙ୍କ ବନ୍ଦ ହୋଇଗଲେ ମଧ୍ୟ ସରକାର ଏହାର ମୂଲ୍ୟ ଦେବେ। ଏହାପରେ ହିନୋଜୋସା ତାଙ୍କ ବାପାଙ୍କ କଷ୍ଟର ଧନ ପାଇବା ପାଇଁ ଆବେଦନ କରିଥିଲେ। ମାତ୍ର ସରକାର ଟଙ୍କା ଦେବାର ଦାବିରେ ଅରାଜି ହୋଇଥିଲେ। ଏହାପରେ ହିନୋଜୋସା ଆଇନର ସାହାଯ୍ୟ ନେଇ କୋର୍ଟରେ ମାମଲା ପହଞ୍ଚାଇ ଥିଲେ। ଏହାପରେ କୋର୍ଟ ମାମଲାର ଶୁଣାଣି କରି ସରକାର ସୁଧ ସହ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର ହିନୋଜୋସାଙ୍କୁ ୧.୨ ମିଲିୟନ ଡଲାର ଅର୍ଥାତ୍‌ ପ୍ରାୟ ୯ କୋଟି ଟଙ୍କା ପ୍ରଦାନ କରିଥିଲେ। ଫଳରେ ହିନୋଜୋସା କିଛି ଦିନରେ ହିଁ କୋଟିପତି ହୋଇଛନ୍ତି।

୩୦ ବର୍ଷ ପରେ ଶନିଙ୍କ ଓଲଟା ଚଳନ ; ଏହି ରାଶି ହେବେ ଭାଗ୍ୟବାନ୍‌, ମିଳିବ ଚାକିରି, ବଢିବ ଦରମା..

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories