www.samajalive.in
Monday, December 15, 2025
15.1 C
Bhubaneswar

୧୦ରୁ ବିଦ୍ୟାଳୟରେ ୟୁଏଏସ୍ ଉପସ୍ଥାନ ଲାଗୁ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରୁ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍‌) ମଡ୍ୟୁଲ ଉପସ୍ଥାନ ଲାଗୁ ହେବ। ଏନେଇ ଓସେପା ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଓକାକ କମ୍ପ୍ୟୁଟର ଲାବ୍‌ରେ ମାର୍ଚ୍ଚ ୬ରୁ ୧୩ ତାରିଖ ମଧ୍ୟରେ ଜିଲା ଓ ବ୍ଲକସ୍ତରର ମାଷ୍ଟର ଟ୍ରେନରଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ଏହି ମଡ୍ୟୁଲ ନେଇ ମାର୍ଚ୍ଚ ୨୯ ସୁଦ୍ଧା ସିଆରସିସି ଏବଂ ପ୍ରଧାନଶିକ୍ଷକଙ୍କ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା। ଯେଉଁ ଜିଲାରେ ତାଲିମ ସରିନାହିଁ, ୯ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ୧୦ ତାରିଖରୁ ସମସ୍ତ ବିଦ୍ୟାଳୟରେ ୟୁଏଏସ୍‌ ମଡ୍ୟୁଲ ଉପସ୍ଥାନ ସହ ବିଦ୍ୟାଳୟ ମନିଟରିଂ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories