www.samajalive.in
Monday, December 15, 2025
24.1 C
Bhubaneswar

ବେଦାନ୍ତ ହସ୍ପିଟାଲରେ ମେଗା ସ୍ୱାସ୍ଥ୍ୟ ଶିବିର 

ଲାଞ୍ଜିଗଡ: ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗ ପକ୍ଷରୁ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଅବ୍ୟବହିତ ପୂର୍ବରୁ ଆୟୋଜିତ ଶିବିରକୁ ବେଦାନ୍ତ ସିଏସଆର ବିଭାଗ ମୁଖ୍ୟ ଶିଶିର ତରଫଦାର ଯୋଗ ଦେଇ ଶିବିରର ଉଦଘାଟନ କରିଥିବାବେଳେ ସିଏସଆର ବିଭାଗର ଅଭିନବ ପ୍ରତାପ, ବଣ୍ଟିରାଣୀ ପାଟଗିରି, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବେଦାନ୍ତ ହସ୍ପିଟାଲର ଡା. ପ୍ରଶାନ୍ତ ପରମାଣିକ, ହସ୍ପିଟାଲର ସହ ପରିଚାଳକ ଅଶୋକ ଖୋରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଭେଷଜ ବିଶେଷଜ୍ଞ ଡା. ବୁଦ୍ଧଦେବ ଗମାଙ୍ଗ, ମହିଳା ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ଭବାନୀ ଶଙ୍କର ମହାନ୍ତି, ଶିଶୁ ରୋଗ ବିଶେଷଜ୍ଞ ଡା. ବିକାଶ ରଞ୍ଜନ ପ୍ରହରାଜ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଚନ୍ଦ୍ରଶେଖର ପାଣିଗ୍ରାହୀ, ଦନ୍ତରୋଗ ବିଶେଷଜ୍ଞ ଡା. ପୂଜା ନାୟକ, ଡା. ଶ୍ରେୟାଶୀ ନନ୍ଦୀ, ଫିଜିଓଥେରାପିଷ୍ଟ ଡା. ସଞ୍ଜୟ କୁମାର, ଚକ୍ଷୁରୋଗ ବିଭାଗର ତାରିଣୀସେନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ଶତାଧିକ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ବେଦାନ୍ତ ଲିମିଟେଡ ସିଏସଆର ବିଭାଗ ଓ ବେଦାନ୍ତ ହସ୍ପିଟାଲର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories