www.samajalive.in
Sunday, December 7, 2025
26.1 C
Bhubaneswar

ଜଳିଗଲା ୯ ବଖରା; ବାଛୁରୀ ଦଗ୍ଧ

ବାସୁଦେବପୁର/ଭଣ୍ଡାରିପୋଖରୀ: ଶୁକ୍ରବାର ରାତିରେ ବାସୁଦେବପୁର ଓ ଭଣ୍ଡାରିପୋଖରୀରେ ଅଗ୍ନିକାଣ୍ଡ ଘଟି ୯ ବଖରା ଜଳିଯିବା ସହିତ ସମସ୍ତ ଆସବାବପତ୍ର ଜଳିଯାଇଥିବା ବେଳେ ବାସୁଦେବପୁରରେ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛି। ଭଣ୍ଡାରିପୋଖରୀରେ ୫ ବଖରା ଜଳିଯାଇଥିବା ବେଳେ ବାସୁଦେବପୁରରେ ୪ ବଖରା ପୋଡ଼ି ପାଉଶଁ ହୋଇଛି।
ସୂଚନା ଅନୁଯାୟୀ; ବାସୁଦେବପୁର ବ୍ଲକସ୍ଥିତ ଗୁଆ ଗଡିଆ ମଳିକସାହି ଗ୍ରାମରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ବଖରା ଚାଳଛପର ଜଳିଯିବା ସହିତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁରୁ ବର୍ତ୍ତି ପାରିନି ଗୃହପାଳିତ ପ୍ରାଣୀ। ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୋଟିଏ ଗାଈ ଗୁରୁତର ଆହତ ହୋଇଛି। ବିପନ୍ନଙ୍କ ନାମ କ୍ଷୀରୋଦ ମଲିକ ଓ ଭଗବାନ ମଲିକ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି। ଉଭୟ ପରିବାର ସଦସ୍ୟ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା। ପଡୋଶୀ ନିଆଁ ଲାଗିଥିବା ଦେଖି ଡାକ ପକାଇଥିଲେ। ବିପନ୍ନ ପରିବାର ଜୀବନ ବିକଳରେ ପଦାକୁ ବାହାରି ଆସିବାରୁ ରକ୍ଷା ପାଇଯାଇଛନ୍ତି। ଏହି ନିଆଁର ତିବ୍ରତା ଏତେ କ୍ଷିପ୍ରଥିଲା ଯେ ନିମିଷକ ମଧ୍ୟରେ ସମଗ୍ର ଘର ଜଳିଯାଇଛି। ଚାରିବଖରା ଘର ସମେତ ସମସ୍ତ ଆସବାବପତ୍ର, ଧାନ ଚାଉଳ ପୋଡି ପାଉଁଶ ହୋଇଯାଇଛି। ପଡୋଶୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷ ବର୍ତ୍ତି ପାରି ନ ଥିଲା। ସର୍ବସ୍ୱ ହରାଇ ବିପନ୍ନ ପରିବାର ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।
ସେହିପରି ଭଣ୍ଡାରିପୋଖରୀ ବ୍ଲକର ରାଜେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଅଗେଇବେହେରା ଗ୍ରାମରେ ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ଅଗ୍ନିକାଣ୍ଡ ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ଟା ୩୦ରେ କାହ୍ନୁଚରଣ ସାହୁ ଓ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଘଟି ପାଞ୍ଚବଖରା ସହ ଗୁହାଳ ଘର ପୋଡିଯାଇଛି। ଭଣ୍ଡାରିପୋଖରୀରୁ ଦମକଳ ଆସି ଗ୍ରାମବାସୀଙ୍କ ସହାୟତାରେ ନିଅଁାକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ସୂଚନାଯୋଗ୍ୟ; ଗତ ରବିବାର ଓ ବୁଧବାର ବିଳମ୍ବିତ ରାତିରେ ଗ୍ରାମର ହାଡିବନ୍ଧୁ ଦାସ ଓ ଶଙ୍କର ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories