www.samajalive.in
Monday, December 15, 2025
26.1 C
Bhubaneswar

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା

ବୌଦ୍ଧ : ବୌଦ୍ଧ ବ୍ଲକ ଅଇଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗୁଡପଡା ଗ୍ରାମରେ ରୋଷେଇ ଗ୍ୟାସ ଲିକ୍ କରି ଏକ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳି ଯାଇଥିବା ଜଣାଯାଇଛି । ବାଉଁଶୁଣୀ ଅଗ୍ନିଶମ ଅଧିକାରୀ ହୃଷିକେଶ ପଟ୍ଟନାୟକଙ୍କ ନିକଟରୁ ମିଳିଥିବା ସୂଚନା ମୁତବାକ ଗ୍ରାମର ଶ୍ରୀପତି ରାଜହଂସଙ୍କ ଘରେ ରୋଷେଇ ଚାଲିଥିବାବେଳେ ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଘରଗୁଡିକ ଆଜବେଷ୍ଟସ ହୋଇଥିବାରୁ ଗ୍ରୀଷ୍ମରୁ ରକ୍ଷା ପାଇବାକୁ ତାହା ଉପରେ ଦିଆଯାଇଥିବା ଛଣରେ ନିଆଁ ଲାଗିଯାଇଥିଲା। ଖବରପାଇ ବାଉଁଶୁଣୀ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷତି ହୋଇ ନ ଥିଲେ ମଧ୍ୟ ଗ୍ରାମର ଶ୍ରୀପତି ରାଜହଂସଙ୍କ ୨ ବଖରା, ଆଲୋକ ରାଜହଂସ, ଉତ୍ତମ ରାଜହଂସ ଓ ରସାନନ୍ଦ ରାଜହଂସଙ୍କ ୧ ବଖରା ଲେଖାଏଁ ଘର ପୋଡି ଯାଇଥିବା ଜଣାଯାଇଛି। ଅଗ୍ନିକାଣ୍ଡରେ ପିଡିତ ପରିବାରକୁ ଅଇଁଲାପାଲି ପଞ୍ଚାୟତ ପକ୍ଷରୁ ୧୦ କିଲୋ ଚାଉଳ, ଚୁଡା ଓ ଚିନି ଆଦି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ସୂଚନା ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories